Odisha Link
Bridging the Missing Links in Odisha

ପିପିଲି ଉପନିର୍ବାଚନ: ପ୍ରଚାରର ମଙ୍ଗ ଧରିବେ ଜୁଏଲ ଓରାମ

ପିପିଲି: ପିପିଲି ଉପନିର୍ବାଚନରେ ବିଜେପି ବିଶାଳ ପ୍ରଚାର ଅଭିଯାନ ଆରମ୍ଭ କରିଛି। ବିଜେପିର ରାଜ୍ୟ ସଭାପତିଙ୍କ ଠାରୁ ଆରମ୍ଭ କରି ବିଜେପି ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀଙ୍କ ସମେତ ଷ୍ଟାର ପ୍ରଚାରକମାନେ ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ସମର୍ଥନରେ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି।

ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଏପ୍ରିଲ ୧୧ ତାରିଖ ଦିନ ସୁନ୍ଦରଗଡ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ ପ୍ରଚାରର ମଙ୍ଗ ଧରିବେ। ଓରାମଙ୍କ ସହ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ସାମିଲ ହୋଇ ନିର୍ବାଚନୀ ପ୍ରଚାରକୁ ଆହୁରି ବ୍ୟାପକ କରିବେ। ଓରାମ ପିପିଲି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର, ଦୁର୍ଗାଦାସପୁର, କୁଳଶ୍ରୀପାଟଣା ଓ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତରେ ଆୟୋଜିତ ନିର୍ବାଚନୀ ସଭାରେ ସାମିଲ ହୋଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ।

Leave A Reply

Your email address will not be published.