Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ କୋଟିପତି କିରାଣି

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ କିରାଣିଙ୍କ ଘରେ ରେଡ୍ ମାରିଥିଲା ଭିଜିଲାନ୍ସ। ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ନଗଦ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ଚଢାଉ ପରେ ଆଜି ଗିରଫ ହୋଇଛନ୍ତି କିରାଣି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସିନିୟର କ୍ଲର୍କ ଦିଲ୍ଲୀପ କୁମାର ଜେନାଙ୍କ ଘରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍ ମାରିଥିଲା ଭିଜିଲାନ୍ସ। ୩କୋଟିରୁ ଅଧିକ ସମ୍ପତି ଠାବ କରାଯାଇଥିଲା।

ଘରୁ ସୁନା ଗହଣା ସହିତ ନଗଦ ଟଙ୍କା ଏବଂ ଜାଗମରା ମଲ୍ଲିକ କମ୍ପେ୍ଲକ୍ସରେ ଥିବା ୪ମହଲା କୋଠା, ଯାହାର ମୂଲ୍ୟ ୧କୋଟି ୮ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ସୁନା ଗହଣା ଏବଂ ଘର ସମେତ ଦାମୀ ଗାଡି ମଧ୍ୟ ଜବତ କରାଯାଇଥିଲା।

ଏବେ କୋଟିପତି କିରାଣୀଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ କେତେ ସମ୍ପତି ଏବଂ ଘର-ଯାଗାବାଡ଼ି ଅଛି ସେନେଇ ତଦନ୍ତ ଜାରି ରହିଛି।