Odisha Link
Bridging the Missing Links in Odisha

ଫିନାଇଲ୍ ପିଇ ଆତ୍ମହତ୍ୟା କରିବାକୁ ଧମକ ଦେଲେ ନର୍ସିଂ ଛାତ୍ରଛାତ୍ରୀ

କଟକ: ଏସସିବି ମେଡ଼ିକାଲ ନର୍ସିଂ କଲେଜରେ ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିଛି। କରୋନା ସଂକ୍ରମଣ ବଢ଼ିଥିବାରୁ ଆଜି ସନ୍ଧ୍ୟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ଭାରପ୍ରାପ୍ତ ପ୍ରିନ୍ସିପାଲ ନୋଟିସ ଜାରି କରିବା ପରେ ଦେଖାଦେଇଛି ଛାତ୍ର ଅସନ୍ତୋଷ। ତେବେ ହଷ୍ଟେଲ ନ ଛାଡ଼ିବା ଜିଦରେ ଅଟଳ ରହିଛନ୍ତି ଛାତ୍ରଛତ୍ରୀ।

ଯଦି ହଷ୍ଟେଲ ଖାଲି କରିବାକୁ ବାଧ୍ୟ କରାଯାଏ ତେବେ ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ନର୍ସିଂ କଲେଜର ଛାତ୍ରୀ ମାନେ ଧମକ ଦେଇଛନ୍ତି। କରୋନା ସଂକ୍ରମଣ ବଢୁଥିବା କଲେଜ ବନ୍ଦ କରିବା ସହ ଶନିବାର ୫ଟା ସୁଦ୍ଧା ହଷ୍ଟେଲ ଖାଲି କରିବାକୁ ନୋଟିସ ଜାରି କରିବା ପରେ ତାତିଛନ୍ତି ଛାତ୍ରଛାତ୍ରୀ। କଲେଜ ବନ୍ଦ ରହିଲେ ସୁଦ୍ଧା ହଷ୍ଟେଲରେ ରହି ଛାତ୍ରୀମାନେ ଅନଲାଇନ କ୍ଲାସ୍ କରିବାକୁ ଦାବି କରିଛନ୍ତି।

ତେବେ ନର୍ସିଂ କଲେଜର ପ୍ରିନ୍ସିପାଲ ଛୁଟିରେ ଥାଇ କିଭଳି ଏ ନୋଟିସ ଜାରି କରିଛନ୍ତି ସେ ନେଇ ଏବେ ଉଠାଇଛନ୍ତି ପ୍ରଶ୍ନ। ଏଭଳି ନିଷ୍ପତ୍ତି ଯଦି କଲେଜ କର୍ତ୍ତୃପକ୍ଷ ନ ବଦଳାନ୍ତି ତେବେ ଫିନାଇଲ ପିଇ ଆତ୍ମହତ୍ୟା କରିବାର ଧମକ ଦେଇଛନ୍ତି ଛାତ୍ରୀ। ଏସସିବି ନର୍ସିଂ କଲେଜର ପ୍ରିନ୍ସିପାଲ ଦାୟିତ୍ବରେ ଥିବା ବିଜୟଲକ୍ଷ୍ମୀ ଦାସଙ୍କ ବଦଳି ଦାବିରେ ଛାତ୍ରଛାତ୍ରୀମାନେ ଦୀର୍ଘ ଦିନ ହେବ ଆନ୍ଦୋଳନ ଚଳାଇ ଆସୁଛନ୍ତି।

ତେବେ ପ୍ରିନ୍ସିପାଲ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯାଇଥିବା ମେଡିକାଲ ସୁପରିଟେଣ୍ଡଣ୍ଟ କହିଥିଲେ ହେଲେ ପରବର୍ତ୍ତୀ ସମୟରେରେ ଶନିବାର ସେହି ପ୍ରିନ୍ସିପାଲ ନୋଟିସ ଲଗାଇଛନ୍ତି। ତେବେ ଛାତ୍ର ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ କୋଭିଡ୍ ଆଳରେ ଏଭଳି ନୋଟିସକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ।

ଆନ୍ଦୋଳନରୁ ଓହରିବା ସହ ହଷ୍ଟେଲରେ କହିବାକୁ ମଙ୍ଗଳାବାଗ ଥାନା ଅଧିକାରୀ ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନ ଜାରି ରଖିଛନ୍ତି ଛାତ୍ରଛାତ୍ରୀ।

Leave A Reply

Your email address will not be published.