Odisha Link
Bridging the Missing Links in Odisha

ହାଇଦର ଫେରାର ଘଟଣା: ସସପେଣ୍ଡ୍‌ ହେଲେ ୬ ପୋଲିସ୍ ଅଫିସର

ଭୁବନେଶ୍ବର: କଟକ ବଡ଼ ମେଡ଼ିକାଲରୁ ଗ୍ୟାଙ୍ଗଷ୍ଟାର ଫେରାର ହେବା ଘଟଣାରେ ପୁଲିସ ବିଭାଗ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ କର୍ମଚାରୀଙ୍କ ଅବହେଳା ଯୋଗୁ ଏପରି ଘଟଣା ଘଟିଥିବା ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ବିଭାଗୀୟ ତଦନ୍ତ ପରେ ସୁରକ୍ଷା ଦାୟିତ୍ବରେ ଥିବା ୬ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ହାବିଲଦାର ଏବଂ ଅନ୍ୟ ୫ ଜଣ ହେଉଛନ୍ତି କନଷ୍ଟେବଳ। ନିଲମ୍ବିତ ହୋଇଥିବା ହାବିଲଦାର ହେଲେ ରମେଶ ଚନ୍ଦ୍ର ଦେହୁରୀ, କନଷ୍ଟେବଳ ବୁଲବୁଲ ସାହୁ, କନଷ୍ଟେବଳ ଦୀପକ ସାହୁ, ମହମ୍ମଦ ମୌସିମ, ଉମାକାନ୍ତ ବେହେରା ଓ ସୁଧାଂଶୁ ମାଝି। ଏମାନଙ୍କୁ ନିଲମ୍ବନ କରାଯାଇଥିବା ନେଇ ସମ୍ବଲପୁର ଏସପିଙ୍କ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.