Odisha Link
Bridging the Missing Links in Odisha

୨ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

ଭୁବନେଶ୍ୱର: ରାଜ୍ୟର ଦୁଇଟି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତି କରିଛନ୍ତି କୁଳାଧିପତି। ବଲାଙ୍ଗିରସ୍ଥିତ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପାଇଁ କୁଳପତି ନିଯୁକ୍ତ କରାଯାଇଛି।

ପ୍ରଫେସର ଉମାବଲ୍ଲଭ ମହାପାତ୍ରଙ୍କୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତିଭାବେ ନିଯୁକ୍ତ କରାଯାଇଛି। ସେହିପରି ପ୍ରଫେସର ସଞ୍ଜୟ ଶତପଥୀଙ୍କୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତିଭାବେ ନିଯୁକ୍ତ କରାଯାଇଛି। ଏନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Leave A Reply

Your email address will not be published.