Odisha Link
Bridging the Missing Links in Odisha

ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ତାତି ବି ବୃଦ୍ଧି ପାଇବାରେ ଲାଗିଛି। ବିଭିନ୍ନ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ସଂକଟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଖରାଦିନ ପାଇଁ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି।

ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଜଳ ଯୋଗାଣ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଛୁଟି ବାତିଲ କରିଛନ୍ତି। ଏଥିସହ ପାନୀୟ ଜଳ ସମସ୍ୟା ପାଇଁ ସରକାରଙ୍କ ପକ୍ଷରୁ ୩ଟି ଟୋଲ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଛି।

ଏନେଇ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ସୂଚନା ଦେଇ କହିଛନ୍ତି, ଗ୍ରାମାଞ୍ଚଳ ପାଇଁ ୧୯୧୬ ଓ ସହରାଞ୍ଚଳ ପାଇଁ ୧୫୫୩୫୯ ନମ୍ବର ଜାରି କରାଯାଇଛି। ସେହିପରି ସହରାଞ୍ଚଳ ପାଇଁ ଅନ୍ୟ ଏକ ନମ୍ବର ୧୮୦୦୫୪୫୬୭୮୩ ଜାରି କରାଯାଇଛି।

୧୧୪ଟି ପୌରାଞ୍ଚଳର ୬୫୦ଟି ସ୍ଥାନରେ ଉତ୍କଟ ପାନୀୟ ଜଳ ସମସ୍ୟା ରହିଛି। ସହରାଞ୍ଚଳରେ ୩୬ ହଜାର ୯୩୨ଟି ନଳକୂପ ଖରାପ ଅଛି। ନଳକୂପ ମରାମତି ପାଇଁ ୧୬୧ଟି ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିବା ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.