Odisha Link
Bridging the Missing Links in Odisha

ଭୁବନେଶ୍ୱରରେ ହେବ କର୍କଟ ହସ୍ପିଟାଲ

ଭୁବନେଶ୍ୱର: ଭୁବନେଶ୍ୱରରେ ହେବ କର୍କଟ ହସ୍ପିଟାଲ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱରରେ ବାଗଚୀ-ଶ୍ରୀ ଶଙ୍କର କର୍କଟ ହସ୍ପିଟାଲକୁ ମଞ୍ଜୁରୀ ମିଳିଛି।

କ୍ୟାନସର ହସ୍ପିଟାଲ ପାଇଁ ସୁବ୍ରତ-ସୁସ୍ମିତା ବାଗଚୀ ୨୧୦ କୋଟି ଟଙ୍କା ଦେବେ। କ୍ୟାନସର ହସ୍ପିଟାଲ ପାଇଁ ରାଜ୍ୟ ଇନଫୋସିଟି-୨ରେ ୨୦ ଏକର ଜମି ଦେବେ।  ଜାନୁଆରୀ ୨୦୧୪ ସୁଦ୍ଧା ୨୫୦ ଶଯ୍ୟାରେ ଚିକିତ୍ସା ସୁବିଧା ମିଳିବ। ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ପାଇଁ ୨୫ ପ୍ରତିଶତ ଶଯ୍ୟା ଅଲଗା ରଖାଯିବ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ଏଥିସହ ଭୁବନେଶ୍ୱରରେ ହେବ ବାଗଚି-କରୁଣାଶ୍ରୟ ପାଲିଆଟିଭ କେୟା ସେଣ୍ଟର। ଏହି ପାଲିଆଟିଭ କେୟା ସେଣ୍ଟର ପାଇଁ ବାଗଚୀ ଦମ୍ପତ୍ତି  ୧୩୦ କୋଟି ଟଙ୍କା ଦେବେ।  ସୁବ୍ରତ ବାଗଚୀ ଓ ସସ୍ମିତା ବାଗଚୀ ଏହି ପାଲିଆଟିଭ କେୟା ସେଣ୍ଟର ପାଇଁ ୧୩୦ କୋଟି ଟଙ୍କା ଦେବେ। ପାଲିଆଟିଭ କେୟା ସେଣ୍ଟର ପାଇଁ ରାଜ୍ୟ ସରକାର ମାଗଣାରେ ୨୦ ଏକର ଜମି ଦେବେ ବୋଲି କ୍ୟାବିନେଟ ବୈଠକରେ ନିଷ୍ପତ୍ତି ହୋଇଛି। ପାଲିଆଟିଭ କେୟା ସେଣ୍ଟରରେ ରୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ମିଳିବ।

Leave A Reply

Your email address will not be published.