Odisha Link
Bridging the Missing Links in Odisha

ହସ୍ପିଟାଲ ପାଇଁ କୋଭିଡ ଗାଇଡଲାଇନ ଜାରି

ଭୁବନେଶ୍ୱର: ପୁଣି କାୟା ବିସ୍ତାର କଲାଣି କରୋନ। ହୁହୁ ହେଇ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ହସ୍ପିଟାଲ ପାଇଁ କୋଭିଡ ଗାଇଡଲାଇନ ଜାରି କରିଛନ୍ତି।

ଗାଇଡଲାଇନ ମୁତାବକ, ଗାଇଡ୍ ଲାଇନ୍ ଅନୁସାରେ ସେଣ୍ଟ୍ରାଲ ରେଜିଷ୍ଟ୍ରେସନ ବଦଳରେ ମାନୁଆଲ୍‌ ରେଜିଷ୍ଟ୍ରେସନ୍‌ ହେବ। ଆବଶ୍ୟକତା ନଥିଲେ ସଂକ୍ରମିତଙ୍କୁ ଆଡମିଶନ କରାଯିବନାହିଁ। ଜରୁରିକାଳୀନ ଅସ୍ତ୍ରୋପଚାର ବିନା ସାଧାରଣ ଅସ୍ତ୍ରୋପଚାର ମନା।

ଗୁରୁତର ରୋଗୀଙ୍କୁ ପାଖରେ ଜଣେ ଆଟେଣ୍ଡାଣ୍ଟ ରହିବାକୁ ଅନୁମତି ମିଳିଛି। ଓପିଡି, ଆଇପିଡିକୁ ମିଡିଆ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଏନେଇ ଡିଏମଇଟି ସବୁ ମେଡିକାଲ କଲେଜ ଓ ସିଡିଏମଓମାନଙ୍କୁ ଚିଠି ଲେଖିଛନ୍ତି।

Leave A Reply

Your email address will not be published.