Odisha Link
Bridging the Missing Links in Odisha

ବିଏମସିର ପେଡ କ୍ୱାରେଣ୍ଟାଇନ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର: ଅଣାୟତ କଲାଣି ମହାମାରୀ କରୋନା। ହୁ ହୁ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଯାହା ବର୍ତ୍ତମାନ ଚିନ୍ତାଜନକ ପରିସ୍ଥିିତି ସୃଷ୍ଟି କଲାଣି। ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ପୁଣି ପେଡ କ୍ୱାରେଣ୍ଟାଇନ ବ୍ୟବସ୍ଥା ଆରମ୍ଭ କରାଯାଇଛି।

ରାଜଧାନୀରେ ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ରାଜଧାନୀର ୩ଟି ସ୍ଥାନରେ ବିଏମସି ପକ୍ଷରୁ ଗେଷ୍ଟ ହାଉସ ବ୍ୟବସ୍ଥା କରାଯାଇଛି। ପଟିଆ, ଘାଟିକିଆ ଓ ଗଜପତି ନଗରରେ ଏହି ପେଡ କ୍ୱାରେଣ୍ଟାଇନ ବ୍ୟବସ୍ଥା କରାଯାଇଛି। ୩ଟି ଗେଷ୍ଟ ହାଉସରେ ଟଙ୍କା ଦେଇ କରୋନା ଆକ୍ରାନ୍ତ କ୍ୱାରେଣ୍ଟାଇନରେ ରହିପାରିବେ।

Leave A Reply

Your email address will not be published.