Odisha Link
Bridging the Missing Links in Odisha

ସୁପ୍ରିମକୋର୍ଟର ୫୦% କର୍ମଚାରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଅଣାୟତ୍ତ ହେଲାଣି ମହାମାରୀ କରୋନା। ସରକାରୀ, ବେସରକାରୀ କାର୍ଯ୍ୟାଳୟ ଶିକ୍ଷାନୁଷ୍ଠାନ ପରେ ଏବେ ସୁପ୍ରିମକୋର୍ଟରେ କରୋନା କାୟା ଦେଖିବାକୁ ମିଳିଛି। ସୁପ୍ରିମକୋର୍ଟର ପ୍ରାୟତଃ ୫୦ ପ୍ରତିଶତ କର୍ମଚାରୀ ଓ ଅଧିକାରୀ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

କରୋନା ସଂକ୍ରମିତ ଚିହ୍ନଟ ପରେ କୋର୍ଟ ପରିସରକୁ ବିଶୋଧନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କୋର୍ଟରେ ଶୁଣାଣି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଫଳରେ ସମସ୍ତ ଶୁଣାଣି ଭର୍ଚୁଆଲରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ପାଖାପାଖି ୧ ଘଣ୍ଟା ବିଳମ୍ୱରେ ସମସ୍ତ ବେଞ୍ଚ ବସିବ।

ସୁପ୍ରିମକୋର୍ଟ ସେକ୍ରେଟାରୀ ଜେନେରାଲ କହିଛନ୍ତି, ସଂକ୍ରମିତଙ୍କ ଡାଟା ସବୁ ସଂଗ୍ରହ କରାଯାଇଛି। ସେମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ତଥ୍ୟ ବି ସଂଗ୍ରହ କରାଯାଉଛି। ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ବି କରୋନା ଭୟ ଥିବାରୁ ଭିସିରେ ଶୁଣାଣି ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.