Odisha Link
Bridging the Missing Links in Odisha

ରାସ୍ତା ପାଇଁ ରାସ୍ତା ରୋକ

୬୦ ନମ୍ୱର ଏନ୍‌ଏଚ୍‌ ଅବରୋଧ କଲେ ଲୋକେ

ବାଲେଶ୍ବର: ରାସ୍ତା ପାଇଁ ରାସ୍ତା ରୋକ କଲେ ଲୋକେ। ରାସ୍ତା ମରାମତି ଦାବିରେ ୬୦ ନମ୍ୱର ଜାତୀୟ ରାଜପଥ(ଏନ୍‌ଏଚ୍‌) ଅବରୋଧ କଲେ ଲୋକେ। ଆଜି ସକାଳୁ ଏପରି ଚିତ୍ର ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଦେଇ ଯାଇଥିବା ୬୦ ନମ୍ବର ଜାତୀୟ ରାଜପଥରେ।

ମିଳିଥିବା ସୂଚନା ମୁତାବିକ, ବାଲେଶ୍ବର ଜିଲ୍ଲାର ଚଷାଖଣ୍ଡ-ଜଙ୍କିରା ରାସ୍ତା ଶୋଚନୀୟ ହୋଇଛି। ଯାହାରିଫଳରେ ସ୍ଥାନୀୟ ବାସିନ୍ଦା ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏନେଇ ସ୍ଥାନୀୟ ଲୋକେ ପ୍ରଶାସନ ପାଖରେ ବାରମ୍ବାର ଅଭିଯୋଗ କରିଥିଲେ ବି କୌଣସି ସୁଫଳ ମିିଳିନଥିଲା। ଯାହାଫଳରେ ରାସ୍ତାରୋକ କରିଛି ଚଷାଖଣ୍ଡ ରାସ୍ତା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି।

ସ୍ଥାନୀୟ ଲୋକ ଓ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ୬୦ ନମ୍ୱର ଜାତୀୟ ରାଜପଥର ଫୁଲାଡ଼ିଠାରେ ରାଜପଥ ଅବରୋଧ କରିଛନ୍ତି। ରାସ୍ତାରୋକ ଯୋଗୁ ଗାଡ଼ି ମୋଟର ଅଟକି ରହିଛି। ଏ ସମ୍ପର୍କରେ ଖବର ପାଇ ସ୍ଥାନୀୟ ତହସିଲଦାର ଓ ପୁଲିସ ଆନ୍ଦୋଳନକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନଥିବା ସୂଚନା ରହିଛି। ଆନ୍ଦୋଳନରତ ଲୋକେ ନିଜ ଜଦରେ ଅଟଳ ରହିଥିବା ସୂଚନା ରହିଛି।

ସୂଚନାଥାଉକି, ଚଷାଖଣ୍ଡ-ଜଙ୍କିରା ରାସ୍ତାରେ ରହିଛି ସହିଦ ବାଘା ଯତୀନଙ୍କ ସ୍ମୃତି ପୀଠ। ଏଠାକୁ ପ୍ରତିଦିନ ବହୁ ଲୋକ ଆସିଥାଆନ୍ତି। ହେଲେ ରାସ୍ତା ଖରାପ ଯୋଗୁ ଲୋକେ ନାହିଁନଥିବା ଅସୁବିଧାରେ ପଡ଼ୁଛନ୍ତି।

Leave A Reply

Your email address will not be published.