Odisha Link
Bridging the Missing Links in Odisha

ପିପିଲି ଉପନିର୍ବାଚନ: ଆଜି ବିଜେଡି ପ୍ରାର୍ଥୀ ରୁଦ୍ରଙ୍କ ପାଇଁ ଭୋଟ ମାଗିବେ ନବୀନ

ଅପରାହ୍ନ ସାଢ଼େ ୫ଟାରେ ନବୀନ ନିବାସରୁ ସେ ଭର୍ଚୁଆଲରେ ପିପିଲିବାସୀଙ୍କୁ ଭୋଟ ମାଗିବେ ।

ଭୁୁବନେଶ୍ବର: ଏପ୍ରିଲ ୧୭ ତାରିଖରେ ଅନୁଷ୍ଠିତ ହେବ ପିପିଲି ଉପନିର୍ବାଚନ। ଏଥିପାଇଁ ଜୋରଦାର ପ୍ରଚାର କରୁଛନ୍ତି ବିଜେଡି ଓ ବିଜେପି। ଘର ଘର ବୁଲି ବିଜେଡି ଓ ବିଜେପି କର୍ମୀ ଭୋଟ ଭିକ୍ଷା କରୁଥିବା ବେଳେ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପଙ୍କ ପାଇଁ ଭୋଟ୍‌ ଭିକ୍ଷା କରିବେ। ଅପରପକ୍ଷେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପାଇଁ ଆଜି ପ୍ରଚାର କରିବେ ଅପରାଜିତା ଷଡଙ୍ଗୀ।

ଅପରାହ୍ନ ସାଢ଼େ ୫ଟାରେ ନବୀନ ନିବାସରୁ ସେ ଭର୍ଚୁଆଲରେ ପିପିଲିବାସୀଙ୍କୁ ଭୋଟ ମାଗିବେ । ଏଥିପାଇଁ ବିଜେଡି ପକ୍ଷରୁ ପିପିଲି ଓ ଡେଲାଙ୍ଗ ବ୍ଲକର ୬ଟି ସ୍ଥାନରେ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ପିପିଲିର ୨୫ ପଞ୍ଚାୟତ, ଡେଲାଙ୍ଗର ୨୧ ପଞ୍ଚାୟତ ଏବଂ ପିପିଲି ଏନଏସିର ୧୬ଟି ୱାର୍ଡକୁ ମିଶାଇ ଏହି ଭର୍ଚୁଆଲ ସଭା ୬ଟି ସ୍ଥାନରେ ଗୋଟିଏ ସମୟରେ ହେବ । ପ୍ରତ୍ୟେକ ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ପଞ୍ଚାୟତଗୁଡ଼ିକରୁ ପ୍ରାୟ ୮ରୁ ୧୦ ହଜାର ଦଳୀୟ କର୍ମୀଙ୍କୁ ଏକଜୁଟ କରି ଭର୍ଚୁଆଲ ସଭାସ୍ଥଳକୁ ଅଣାଯିବ । ସେଠାରେ ସେମାନେ ସାମାଜିକ ଦୂରତାରେ ବସି ନବୀନଙ୍କ ସମ୍ବୋଧନ ଶୁଣିବେ । ଏଥିପାଇଁ ସଭାସ୍ଥଳରେ ଏଲଇଡି ଟିଭି ଓ ସ୍କ୍ରିନର ବ୍ୟବସ୍ଥା କରାଯାଇଛି।

ଅପରପକ୍ଷେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନା ପଜିଟିଭ ଚିହ୍ନଟ ହୋଇ ପ୍ରଚାର ଦୌଡ଼ରୁ ବାଦ ପଡ଼ିଛନ୍ତି। ଏଥିସହିତ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଆଇସୋଲେସନରେ ଅଛନ୍ତି।

Leave A Reply

Your email address will not be published.