Odisha Link
Bridging the Missing Links in Odisha

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ

ଭିଡିଓ କନଫରେନସିଂ ଜରିଆରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମଧ୍ୟାହ୍ନରେ ଅନୁଷ୍ଠିତ ହେବ ରାଜ୍ୟ କ୍ୟାବିନେଟ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ। ଏହି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି।

ମିଳିଥିବା ସୂଚନା ମୁତାବିକ, ଦିନ ସାଢ଼େ ୧୨ଟା ବେଳେ ଏହି ବୈଠକ ବସିବ । ଏହି କ୍ୟାବିନେଟ୍‌ ବୈଠକରେ ୧୧ଟିରୁ ଅଧିକ ପ୍ରସ୍ତାବ ଆସିବା ସମ୍ଭାବନା ରହିଛି। ସେହିପରି ବୈଠକରେ କରୋନାର ଦ୍ୱିତୀୟ ଲହରକୁ ମୁକାବିଲା ସହ ଅନ୍ୟ କିଛି ବିଷୟ ଉପରେ ଗୁରତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିବ ବୋଲି ଅନୁମାନ କରାଯାଉଛି ।

Leave A Reply

Your email address will not be published.