Odisha Link
Bridging the Missing Links in Odisha

ରାଜ୍ୟ କ୍ୟାବିନେଟରେ ୧୪ଟି ପ୍ରସ୍ତାବ ପାରିତ; ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ଆଉ କିଛି ସମୟ ପରେ ଘୋଷଣା ହେବ ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ। ନିର୍ବାଚନ କମିଶନର ଓଡ଼ିଶା ବିଧାନସଭା ନିର୍ବାଚନକୁ ନେଇ ବି କରିବେ ବଡ଼ ଘୋଷଣା। ଏହାପୂର୍ବରୁ ଆଜି ଚଳିତ ସରକାରର ଶେଷ କ୍ୟାବିନେଟ୍ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟାରେ କ୍ୟାବିନେଟ୍‌ ବୈଠକ ଆରମ୍ଭ ହୋଇଥିଲା। ୧୪ଟି ପ୍ରସ୍ତାବରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ। ୭ଟି ବିଭାଗର ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଶନିବାର ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକ ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର ଶେଷ କ୍ୟାବିନେଟ ବୈଠକ ଥିଲା।

ଏହି ବୈଠକରେ ୭ଟି ବିଭାଗର ୧୪ଟି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ସେଥିରେ ରହିଛି ଚନ୍ଦ୍ରଶେଖରପୁରରେ ହେବ ଯାଦବ ଭବନ। ଏଥିପାଇଁ ରାଜ୍ୟ ସରକାର ଚନ୍ଦ୍ରଶେଖରପୁର ମୌଜାରେ ଅଧ ଏକର ଜମି ଯୋଗାଇଦେବେ। ଅନ୍ୟପଟେ କଟକରେ ମହାନଦୀରେ ତିଆରି ହେବ ଉଚ୍ଚ ସେତୁ। ଜଳସେଚିତ ଅଂଚଳରେ ପୁରୁଣା କେନାଲର ହେବ ନବୀକରଣ।ଚାଉଳିଆଗଂଜରେ ହେବ ଡିଏଭି ଏସସିବି ମେଡିକାଲ ପବ୍ଲିକ୍ ସ୍କୁଲ। ସାଲେପୁର-ବ୍ରାହ୍ମଣଖଣ୍ଡ ସାହୁଖେତରେ ତିଆରି ହେବ ବ୍ରିଜ୍। ପଂଚମ ପାଳିର ଶେଷ କ୍ୟାବିନେଟ୍ ବୈଠକରେ ୭ ବିଭାଗର ୧୪ ପ୍ରସ୍ତାବରେ ମୋହର ଖୁଣ୍ଟୁଣି ଗ୍ରୀଡ୍ ଅପଗ୍ରେଡେସନ୍ ହେବ।

ଶିଳ୍ପାୟନ ପାଇଁ ୭ଟି ତାରର ବିକାଶ କରାଯିବ। ଲାଇଭ୍ ଷ୍ଟକ୍ ଇନସପେକ୍ଟରଙ୍କର ହେବ ୩ଟି ପଦୋନ୍ନତି। ଅମିନ ଓ ଏଆରଆଇ ପଦୋନ୍ନତିକୁ ଅନୁମତି ମିଳିଛି। ଯେମିତି କି ଗମନାଗମନ କ୍ଷେତ୍ରରେ ସମସ୍ତେ ଉପକୃତ ହେବା ପାଇଁ ରାଜ୍ୟ ସରକାର ଲକ୍ଷ୍ମୀ ଭଳି ଯୋଜନାକୁ ହାତକୁ ନେଇଥିଲେ। କଟକ ଚାଉଳିଆଗଞ୍ଜରେ ଡିଏଭି ଏସସିବି ମେଡିକାଲ ସ୍କୁଲ ପ୍ରତିଷ୍ଠା ହେବ। ରାଜ୍ୟର ୬୨ହଜାର ହେକ୍ଟର ଚାଷ ଜମିରେ ୧୮୬୦କିମି କରନାଳୀ ପୁନଃନିର୍ମାଣ ପାଇଁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି।

Leave A Reply

Your email address will not be published.