Odisha Link
Bridging the Missing Links in Odisha

ପଦ୍ମ ଧରିଲେ ବିଶିଷ୍ଟ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ୍‌

ଓଏଲ୍‌ ବ୍ୟୁରୋ: ନିର୍ବାଚନ ଯେତେ ପାଖଉଛି ରାଜନୈତିକ ମାହୋଲ ସେତେ ସରଗରମ ହେବାରେ ଲାଗିଛି। ଆଉ କିଛି ସମୟ ପରେ ଘୋଷଣା ହେବ ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ। ନିର୍ବାଚନ କମିଶନର ଓଡ଼ିଶା ବିଧାନସଭା ନିର୍ବାଚନକୁ ନେଇ ବି କରିବେ ବଡ଼ ଘୋଷଣା। ଏହାପୂର୍ବରୁ ବିଜେପିରେ ମିଶିଲେ କଣ୍ଠଶିଳ୍ପୀ ଅନୁରାଧା ପୌଡୱାଲ୍‌। ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ବିଜେପିରେ ସାମିଲ ହେଲେ। ବିଜେପିରେ ସାମିଲ ପରେ ଖୁସିବ୍ୟକ୍ତ କରିବା ସହ ଭାଗ୍ୟବାନ କହିଲେ।

ଆଜି ଅପରାହ୍ନ ୩ଟାରେ ଘୋଷଣା ହେବ ଲୋକସଭା ଓ କିଛି ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ। ଆଜି ନିର୍ବାଚନ ତାରିଖ ଘୋଷଣା ହେବା ମାତ୍ରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଯିବ। ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ନିର୍ବାଚନ ଆଚରଣ ବିଧି କାର୍ଯ୍ୟକାରୀ କରିବାକୁ ଘୋଷଣା କରିବେ। ନିର୍ବାଚନ ଆଚରଣ ବିଧି ଅର୍ଥ ହେଉଛି ରାଜନୈତିକ ଦଳ ଏବଂ ଏହାର ଦଳୀୟ ପ୍ରାର୍ଥୀଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ନିର୍ଦ୍ଦେଶାବଳୀ। ସମ୍ପୂର୍ଣ୍ଣ ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଆଦର୍ଶ ଆଚରଣ ସଂହିତା ବଳବତ୍ତର ରହିଛି। ଭାରତୀୟ ସମ୍ବିଧାନରେ ଏ ସମ୍ପର୍କରେ କୌଣସି ଉଲ୍ଲେଖ ନାହିଁ।

Leave A Reply

Your email address will not be published.