Odisha Link
Bridging the Missing Links in Odisha

ପିପିଲି ଟୋଲ୍‌ ପ୍ଲାଜାରେ ଗୁଳିମାଡ଼ ଘଟଣା: ଧରାପଡ଼ିଲେ ୩ ଦୁର୍ବୃତ୍ତ

ଓଏଲ୍‌ ବ୍ୟୁରୋ: ପିପିଲି ଟୋଲ୍‌ ପ୍ଲାଜାରେ ଗୁଳିମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଟୋଲ୍‌ କର୍ମଚାରୀଙ୍କ ସହ ବଚସାରୁ ଫାଙ୍କା ଗୁଳିମାଡ଼ କରିଥିଲେ। ୨ ରାଉଣ୍ଡ ଫାଙ୍କା ଗୁଳିମାଡ଼ କରି ଫେରାର ହୋଇ ଯାଇଥିଲେ। ଫେରାର୍ ଥିବା ୩ ଦୁର୍ବୃତ୍ତଙ୍କୁ ଅଟକ ରଖାଯାଇଛି। ନିମାପଡ଼ା ଅରିଷଣ୍ଢ ଡଗରାସାହି ଗହିରରୁ ୩ ଦୁର୍ବୃତ୍ତ ଧରାପଡ଼ିଛନ୍ତି।

ଗାଡ଼ି ଛାଡ଼ି ଫେରାର ଉଦ୍ୟମ ବେଳେ ପୁଲିସ ୩ ଜଣଙ୍କୁ କାବୁ କରିଥିଲା। ଘଟଣାରେ ସମ୍ପୃକ୍ତ ଫେରାର୍ ଥିବା ଆଉ ୨ ଜଣଙ୍କୁ ପୁଲିସ ଖୋଜୁଛି। ଦୁର୍ବୃତ୍ତମାନେ କଟକରୁ ଆସିଥିଲେ ବୋଲି ସୂଚନା ରହିଛି। ତେବେ ଫେରାର୍ ଥିବା ଆଉ ୨ ଜଣଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଏସପି କହିଛନ୍ତି।

Leave A Reply

Your email address will not be published.