Odisha Link
Bridging the Missing Links in Odisha

କଞ୍ଚା ପରିବା ବ୍ୟବସାୟୀଙ୍କ ଆନ୍ଦୋଳନ ସ୍ଥଗିତ; ଦାବି ପୂରଣ ପାଇଁ ମିଳିଲା ପ୍ରତିଶ୍ରୁତି

ଓଏଲ୍‌ ବ୍ୟୁରୋ: ଅକ୍ଟୋବର ୨୦ରୁ କଞ୍ଚା ପରିବା ବ୍ୟବସାୟୀ ଆନ୍ଦୋଳନ ଡାକରା ଦେଇଥିଲେ। ଯାହା ଫଳରେ ଭୁବନେଶ୍ୱରରେ ପରିବା ନ ମିଳିବା ନେଇ ଚିନ୍ତା ବଢିଥିଲା। ଯାହା ବର୍ତ୍ତମାନ ଏକ ପ୍ରକାର ଦୂର ହୋଇଛି। କଞ୍ଚା ପରିବା ବ୍ୟବସାୟୀଙ୍କ ଆନ୍ଦୋଳନ ସ୍ଥଗିତ ହୋଇଥିବା ଜଣା ପଡିଛି। ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନକୁ ସ୍ଥଗିତ କରାଯାଇଛି।

ସୂଚନା ଅନୁସାରେ, କଞ୍ଚା ପରିବା ବ୍ୟବସାୟୀ ଆନ୍ଦୋଳନ ଡାକରା ଦେବା ପରେ ବିଧାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା। ବିଧାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଦାବି ପୂରଣ ପାଇଁ ନିଷ୍ପତ୍ତି ନିଆଯାଇଛି। କଞ୍ଚା ପରିବା ବ୍ୟବସାୟୀଙ୍କ ଆନ୍ଦୋଳନ ସ୍ଥଗିତ ହୋଇଥିବା ଜଣା ପଡିଛି।

ଅନ୍ୟପଟେ, ରାସ୍ତା ଜାମ୍ ଯୋଗୁଁ ୧ ନଂ ହାଟ ଭିତରକୁ ପରିବା ଟ୍ରକ ଆସି ପାରୁନଥିଲା। ଅଭିଯୋଗ ସତ୍ତ୍ୱେ ପ୍ରଶାସନ ନ ଶୁଣିବାରୁ ସଂଘ ଆନ୍ଦୋଳନ ନିଷ୍ପତ୍ତି ନେଇଥିଲା। ୟୁନିଟ୍ -୧ ହାଟକୁ ଲମ୍ବିଥିବା ରାସ୍ତାକୁ ବେଆଇନ୍ ଅବରୋଧକୁ କେନ୍ଦ୍ର କରି ଆନ୍ଦୋଳନକୁ ଓହ୍ଲାଇବ ବୋଲି କଞ୍ଚା ପରିବା ବ୍ୟବସାୟୀ ସଂଘ କହିଥିଲା।

Leave A Reply

Your email address will not be published.