Odisha Link
Bridging the Missing Links in Odisha

ପୁଣିଥରେ ରାସ୍ତା କଥା କହି ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ୍

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ସାଧାରଣ ନିର୍ବାଚନ। ତାରିଖ ଘୋଷଣା ନହେବା ପୂର୍ବରୁ ଓଡ଼ିଶାରେ ରାଜନୈତିକ ମାହୋଲ ସରଗରମ। ଏସବୁ ମଧ୍ୟରେ ପୁଣିଥରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଟାର୍ଗେଟ କରିଛନ୍ତି ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍। ଅନୁଗୁଳ ପରେ ଏବେ କୁଚିଣ୍ଡାରେ ସମ୍ବଲପୁର-କଟକ ଜାତୀୟ ରାଜପଥ କଥା ଉଠାଇ ଟାର୍ଗେଟ କରିଛନ୍ତି ପାଣ୍ଡିଆନ୍।

ଶ୍ରୀ ପାଣ୍ଡିଆନ୍‌ ଆଜି କହିଛନ୍ତି, ୧୦ ବର୍ଷ ହେଲା କାହିଁକି ସରୁନି ସମ୍ବଲପୁର-କଟକ ଜାତୀୟ ରାଜପଥ କାମ। ଏ ଜାତୀୟ ରାଜପଥ କାମ ପରେ ଆରମ୍ଭ ହୋଇଥିବା ବିଜୁ ଏକ୍ସପ୍ରେସ ୱେ କାମ ଶେଷ ହୋଇଗଲାଣି। ହେଲେ ଜାତୀୟ ରାଜପଥ କାମ ସରୁନି। ମୁଖ୍ୟମନ୍ତ୍ରୀ କଥା କମ ଓ କାମରେ ବିଶ୍ବାସ କରନ୍ତି। କିଛି ନେତା କାମ କମ କଥାରେ ବିଶ୍ବାସ କରନ୍ତି। ନିର୍ବାଚନ ଆସିଲେ ବଡ଼ ବଡ଼ ଭାଷଣ ଦିଅନ୍ତି। ନିର୍ବାଚନ ସରିଗଲେ ସେମାନଙ୍କ ଦେଖା ମିଳେନି।

ଏନଏଚ୍ ୫୫ କାମ ଶ୍ରୀଘ୍ର ସାରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସେ କହିଛନ୍ତି ଯେ, ନିଜେ କେନ୍ଦ୍ରମନ୍ତ୍ରୀ ଏହି ଜାତୀୟ ରାଜପଥରେ ଯାଉନାହାନ୍ତି । ସେ ରାଜ୍ୟ ରାଜପଥରେ ଯାତାୟତ କରୁଛନ୍ତି ।ସବୁ ରାସ୍ତା କାମ ଠିକ୍ ଚାଲିଥିବାବେଳେ ଏନଏଚ୍ ୫୫ ରାସ୍ତା କାହିଁକି ବିଳମ୍ବ ହେଉଛି ବୋଲି ପଚାରିଛନ୍ତି ୫-ଟି ଅଧ୍ୟକ୍ଷ ପାଣ୍ଡିଆନ୍‌। ଜାତୀୟ ରାଜପଥ କାମ ବିଳମ୍ବ ହେବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି।

Leave A Reply

Your email address will not be published.