Odisha Link
Bridging the Missing Links in Odisha

ଓଡ଼ିଶାରେ ବିଜେପି ଗଢ଼ିବ ସରକାର: ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଓଡ଼ିଶା ଗସ୍ତରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଓଡ଼ିଶା ରାଜନୀତିକୁ ନେଇ ବଡ଼ ବୟାନ ଦେଇଛନ୍ତି ଶ୍ରୀ ବିଶ୍ବଶର୍ମା। ସେ ଦମ୍ଭୋକ୍ତି କରି କହିଛନ୍ତି ଯେ ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଗଢ଼ିବ। ଆଉ ଶପଥ ସମାରୋହରେ ସାମିଲ ହେବାକୁ ପୁଣିଥରେ ଓଡ଼ିଶା ଆସିବି। ଶ୍ରୀ ବିଶ୍ୱଶର୍ମା ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହୋଇଥିବା ବୈଠକରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟ ମୋ ପାଇଁ ମନ୍ଦିର, ଏଥିଲାଗି ଦର୍ଶନ କରିବାକୁ ଆସିଥିଲି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରକୁ ଆସିବା ଦିନଠାରୁ ଓଡିଶା ପାଇଁ ବିଭିନ୍ନ ଯୋଜନା କରିବା ସହ ଲୋକଙ୍କ ବିକାଶ ପାଇଁ ଚିନ୍ତା କରିଛନ୍ତି। ଏଥିଲାଗି ଓଡ଼ିଶାର ଲୋକେ ଭାରତୀୟ ଜନତା ପାର୍ଟିକୁ ସେବା କରିବାର ସୁଯୋଗ ଦେବେ। ଏହି ସୁଯୋଗର ଆଶୀର୍ବାଦ ଜଗତରନାଥ ଜଗନ୍ନାଥ ହିଁ କରିବେ।

ସେ ଆହୁରି କହିଛନ୍ତି ଯେ ବିଜୁ ଜନତା ଦଳ କେବଳ ଓଡ଼ିଶାରେ ଏକ ମାହୋଲ ତିଆରି କରିଛି। ବାସ୍ତବରେ ଲୋକେ ବିଜେପିକୁ ପସନ୍ଦ କରୁଛନ୍ତି। ୨୦୧୯ ନିର୍ବାଚନରେ ବିଜେପି ଓଡ଼ିଶାରେ ୩୮ପ୍ରତିଶତ ଭୋଟ ପାଇଥିଲା। ମାତ୍ର ୪ପ୍ରତିଶତ ଭୋଟ ବ୍ୟବଧାନ ଥିଲା। ଦେଖୁ ଦେଖୁ ଓଡିଶାରେ ବିଜେପି ସରକାର ଗଠନ ହୋଇଯିବ। ମୋଦିଜୀ ୫ବର୍ଷ ହେଲା ଯେତେ କାମ କରିଛନ୍ତି ସେଥିରେ ଆଉ ୪ପ୍ରତିଶତ ଭୋଟ ଆପେ ଆପେ ଆସିଗଲାଣି। ଗତଥର ବିଜେପିକୁ ଲୋକସଭାରେ ୩୮ପ୍ରତିଶତ, ବିଧାନସଭାରେ ୩୨ ପ୍ରତିଶତ ଜନତା ଭୋଟ ଦେଇଥିଲେ । ତେଣୁ ୫ବର୍ଷରେ ମୋଦିଜୀ ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି । ଓଡ଼ିଶାରେ ବିଜେପି ସରକାର କରିବ ଓ ସେହି ଶପଥ ଗ୍ରହଣ ସମାରୋହରେ ମୋତେ ଆସିବାକୁ ପଡିବ ବୋଲି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି।

Leave A Reply

Your email address will not be published.