Odisha Link
Bridging the Missing Links in Odisha

ଦିନେ ଡାକ୍ତର ଥିଲେ ଏବେ ବନିଲେ ତାଇଓ୍ବାନର ରାଷ୍ଟ୍ରପତି

ଓଏଲ୍‌ ବ୍ୟୁରୋ: ଚୀନର ବିରୋଧ ସତ୍ତ୍ବେ ତାଇଓ୍ବାନରେ ହେଲା ରାଷ୍ଟ୍ରପତି ନିର୍ବାଚନ। ଏଥିସହିତ ନୂଆ ରାଷ୍ଟ୍ରପତି ପାଇଲା ତାଇଓ୍ବାନ। ଚୀନ ବିରୋଧୀ ଭାବେ ଜଣାଶୁଣା ଶାସକ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟି (ଡିଡିପି)ର ପ୍ରାର୍ଥୀ ଲାଲ ଚିଙ୍ଗତେ ହେଲେ ନୂଆ ରାଷ୍ଟ୍ରପତି। ସେ ମୁଖ୍ୟ ବିରୋଧୀ ଦଳ କୋମିଙ୍ଗଟାନ (କେଏମଟି)ର ପ୍ରାର୍ଥୀ ହୋ ୟୁଇ ଓ ତାଇଓ୍ବାନ ପିପୁଲ୍ସ ପାର୍ଟିର ପ୍ରାର୍ଥୀଙ୍କୁ ହରାଇ ରାଷ୍ଟ୍ରପତି ହୋଇଛନ୍ତି।

ତାଇଓ୍ବାନ ଉପରେ ଚୀନର ସାମରିକ ଓ ଅର୍ଥନୈତିକ ଆଧିପତ୍ୟ ବଢୁଥିବା ସତ୍ତ୍ବେ ଏହି ନିର୍ବାଚନ ହୋଇଥିଲା। ଆଉ ଫଳାଫଳ ସାମ୍ନାକୁ ମଧ୍ୟ ଆସିଲା। ଏଥିସହିତ ତାଇଓ୍ବାନରେ ଶାନ୍ତି ବଜାୟ ରଖିବା ଲାଗି ଘୋଷଣା କରିଛନ୍ତି ନୂଆ ରାଷ୍ଟ୍ରପତି। ଶାସକ ଡେମୋକ୍ରାଟିକ ପ୍ରୋଗ୍ରେସିଭ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଲାଇ ଚିଙ୍ଗତେ ହୋଇଥିବାବେଳେ ମୁଖ୍ୟ ବିରୋଧୀ ଦଳ କୋମିଙ୍ଗଟାନର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ ହୋ ୟୁଇ। ତାଇଓ୍ବାନ ପିପୁଲ୍ସ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଥିଲେ କୋ ଓ୍ବେନ ଜେ। ସୂଚନାଥାଉକି, ନିର୍ବାଚନ ପୂର୍ବରୁ ଲାଇଙ୍କୁ ଜଣେ ବିପଜ୍ଜନକ ବିଚ୍ଛିନ୍ନତାବାଦୀ ଭାବେ ଚିତ୍ରଣ କରିଥିଲା ଚୀନ।

Leave A Reply

Your email address will not be published.