Odisha Link
Bridging the Missing Links in Odisha

ସ୍କୁଲରେ ମଦ୍ୟପର ଉନ୍ମତ୍ତକାଣ୍ଡ; ୫ ଛାତ୍ର ଆହତ

ଓଏଲ୍‌ ବ୍ୟୁରୋ: ସ୍କୁଲ ଭିତରେ ପଶି ମଦ୍ୟପଙ୍କ ଉନ୍ମତ୍ତ କାଣ୍ଡ। ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ର ବଙ୍କେଲ ସରକାରୀ ପ୍ରାଥମିକ ସ୍କୁଲ ପରିସରରେ ଜଣେ ମଦ୍ୟପ ଆକ୍ରମଣ କରିଛନ୍ତି। ଯାହାଫଳରେ ଜଣ ଛାତ୍ର ଆହତ ହୋଇଛନ୍ତି। ବର୍ତ୍ତମାନ ଆହତ ହୋଇଥିବା ଛାତ୍ର ଟିଟିଲାଗଡ଼ ଡାକ୍ତରଖାନାରେ ଚକିତ୍ସିତ ହେଉଛନ୍ତି।

ମିଳିଥିବା ସୂଚନା ମୁତାବକ, ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ କରି ଥାଳି ଧୋଇବାକୁ ଯାଉଥିବା ବେଳେ ଉକ୍ତ ମଦ୍ୟପ ଜଣଙ୍କ ସ୍କୁଲ ପରିସରକୁ ପଶି ଆସିଥିଲା। ସେ ଏକ ବାଡ଼ିରେ ପିଲାମାନଙ୍କୁ ଆକ୍ରମଣ କରିଥିଲା। ସେ ୧୫ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା। ସେମାନଙ୍କ ମଧ୍ୟରୁ ୫ ଜଣ ଛାତ୍ର ଆହତ ହୋଇଛନ୍ତି। ତେବେ ମଦ ପିଇ ଏଭଳି କରିଛନ୍ତି ନା ଏହା ପଛରେ ଆଉ କିଛି କାରଣ ଅଛି ତାହା ଜଣା ପଡ଼ିନାହିଁ।

ଏହି ଘଟଣାକୁ ନେଇ ବିଇଓଙ୍କ ମାଧ୍ୟମରେ ପୁଲିସରେ ଅଭିଯୋଗ କରାଯାଇଛି ବୋଲି ସହକାରୀ ଶିକ୍ଷକ ଶ୍ରୀ ବାଗ କହିଛନ୍ତି। ଅନ୍ୟପକ୍ଷରେ ପିଲାଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ପରେ ମଦ୍ୟପ ସ୍କୁଲ ପରିସରରୁ ଚମ୍ପଟ ମାରିଥିଲା।

Leave A Reply

Your email address will not be published.