Odisha Link
Bridging the Missing Links in Odisha

ଆରମ୍ଭ ହେଲା ଇ-ଲେକଚର ବ୍ୟବସ୍ଥା, ମିଳିବ ଏହି ସବୁ ପାଠ୍ୟକ୍ରମ

ଓଏଲ୍‌ ବ୍ୟୁରୋ: ଉଚ୍ଚଶିକ୍ଷା ସଂସ୍କାରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ରାଜ୍ୟରେ ପ୍ରଥମ ଥର ପାଇଁ ଆରମ୍ଭ ହେଲା ଇ-ଲେକଚର ବ୍ୟବସ୍ଥା। ଏଥିରେ କଲେଜ ଓ ବିଶ୍ୱବିଦ୍ୟାଳୟର ୧୧ଟି ବିଷୟବସ୍ତୁ ଅପଲୋଡ କରାଯାଇଛି। ଏହା ଉତ୍କଳ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଭର୍ଚୁଆଲ ମାଧ୍ୟମରେ ଏହାର ସୁବିଧା ନେବାକୁ ଉଚ୍ଚଶିକ୍ଷା ସ୍ୱତନ୍ତ୍ର ସଚିବଙ୍କ ପକ୍ଷରୁ ସବୁ କଲେଜ ଓ ବିଶ୍ୱବିଦ୍ୟାଳୟକୁ ଚିଠି କରାଯାଇଛି।

ସ୍ମାର୍ଟ ସ୍କୁଲ ଓ କଲେଜ ପରେ ଏବେ ଆରମ୍ଭ ହୋଇଛି ଇ-ଲେକଚର ବ୍ୟବସ୍ଥା। ଏଣିକି ଘରେ ବସି ପିଲା ସେମିଷ୍ଟାର୍ ଓ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇପାରିବେ। https://vtputkal.odisha.gov.in ୱେବସାଇଟରେ ସବୁ ତଥ୍ୟ ଉପଲବ୍ଧ କରାଯାଇଛି। ଏହି ଲିଙ୍କରେ କ୍ଲିକ କଲେ ୪ଟି ସେମିଷ୍ଟାରର କୋର୍ସ ପଢି ହେବ।

ଫିଜିକ୍ସ, କେମେଷ୍ଟ୍ରି, ବଟାନି, ଜୁଲୋଜି, ପଲିଟିକାଲ ସାଇନ୍ସ, ଓଡ଼ିଆ, ଇତିହାସ, ଇଂରାଜୀ, ସାଇକୋଲୋଜି, ବାଣିଜ୍ୟ ଓ ଇକୋନୋମିକ୍ସ ପରି ୧୧ଟି କଲେଜ ଓ ବିଶ୍ଵବିଦ୍ୟାଳୟସ୍ତରୀୟ ପାଠ୍ୟକ୍ରମ ଏହି ପୋର୍ଟାଲରେ ଅପଲୋଡ଼ ଯାଇଛି।ରୁଷା ଓ ଓଡ଼ିଶା ସରକାରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉଭୟ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ପାଇଁ ନୂତନ ସମ୍ଭାବନା ସୃଷ୍ଟି କରିବା।

Leave A Reply

Your email address will not be published.