Odisha Link
Bridging the Missing Links in Odisha

ପିପିଲି: କଂଗ୍ରେସ ପ୍ରାର୍ଥୀ ମୃତ

ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଆଉ ମାତ୍ର ୩ ଦିନ ଥିବା ବେଳେ ଏକ ଦୁଃଖଦ ଖବର ଆସିଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଆଜି ମୃତ୍ୟୁ ହୋଇଛି।

ଗତ ସପ୍ତାହରେ ନିର୍ବାଚନ ପ୍ରଚାର ବେଳେ ବାଇକ୍‌ ଶୋଭାଯାତ୍ରାରେ ଯିବା ବେଳେ ସେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ପରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଅଜିତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦିନକୁ ଦିନ ତାଙ୍କର ଅବସ୍ଥା ସଂକଟାପନ୍ନ ହୋଇଥିଲା। ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।