Odisha Link
Bridging the Missing Links in Odisha

କାଳବୈଶାଖୀ ଆଶଙ୍କା, ୬ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ନେଇ ଆଶଙ୍କା।କାଳବୈଶାଖୀ ନେଇ ୬ ଜିଲ୍ଲାକୁ ସତର୍କ କଲା ଭାରତୀୟ ପାଣିପାଗ ବିଭାଗ। ବିଶେଷ କରି ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ, ରାୟଗଡା ଓ କୋରାପୁଟ ଜିଲ୍ଲାରେ ଅପରାହ୍ନରେ ବର୍ଷା, ବଜ୍ରପାତ ଓ କୁଆପଥର ବର୍ଷା ସହ 60 କିଲୋମିଟର ବେଗରେ ପବନ ବୋହିବାର ଆଶଙ୍କା କରିଛି ପାଣିପାଗ ବିଭାଗ।

ସେହିପରି ଅନୁଗୁଳ ଜିଲ୍ଲା ସହ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ, କଟକ ଜିଲ୍ଲାର ନରସିଂହପୁର-ବାରମ୍ବା-ତିଗିରିଆ-ବାଙ୍କି-ଡମପଡା ଏବଂ ନୟାଗଡ଼ ଜିଲ୍ଲାର ଗଣିଆ-ଖଣ୍ଡପାରା-ଭପୁର ଓ କୋରାପୁଟ ଜିଲ୍ଲାର ନାରାୟଣପାଟନ-ବାନ୍ଧୁଗାଓଁ ଆଦି ଅଞ୍ଚଳରେ ବର୍ଷା ପବନ ହେବା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.