Odisha Link
Bridging the Missing Links in Odisha

ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି

ଭୁବନେଶ୍ବର: ଆଜି ମହାବିଷୁବ ପଣାସଂକ୍ରାନ୍ତି। ହିନ୍ଦୁ ପରମ୍ପରାରେ ମହାବିଷୁବ ସଂକ୍ରାନ୍ତିକୁ ଓଡ଼ିଆ ନବବର୍ଷ ରୂପରେ ମଧ୍ଯ ଏକ ପାଳନ କରାଯାଏ। ଏହି ଦିନ ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ଆଜି ବର୍ଷର ପ୍ରଥମଦିନ ହୋଇଥିବାରୁ ଆଜିର ଦିନକୁ ନବବର୍ଷ ବୋଲି ଧରାଯାଏ।

ଏକ ଛୋଟ ମାଠିଆରେ ପଣା ରଖି ତୁଳସୀ ଚଉରା ମୂଳରେ ବାନ୍ଧିଦିଆଯାଏ । ମାଠିଆରେ ଥିବା ଛୋଟ କଣାରୁ ଧିରେ ଧିରେ ପାଣି ଝରେ ଯାହା ବର୍ଷାକୁ ସୂଚାଇଥାଏ ଏହି ଠେକିକୁ ବସୁନ୍ଧରା ଠେକି କହାଯାଏ । ଛତୁଆ, ଦହି, ଗୁଡ଼, କଦଳୀ ଓ ନଡିଆକୁ ମିଶାଇ ତୁଳସୀ ଚଉରା ପାଖରେ ଭୋଗ ଲଗାଯାଏ । ବେଲ ପଣାରେ ବଟା ଭାଙ୍ଗ ମିଶାଇ ଭାଙ୍ଗ ପଣା ସେବନ ମଧ୍ୟ କରାଯାଇଥାଏ ।

ପଣାସଂକ୍ରାନ୍ତିକୁ ହନୁମାନ ଜୟନ୍ତୀ ଭାବରେ ପାଳନ କରାଯାଏ। ଆଜି ମହାବୀର ଜୟନ୍ତୀ। ହନୁମାନଙ୍କ ଉପାସନା ସହ ଭକ୍ତମାନେ ହନୁମାନ ଚାଳିଶା ପାଠକରନ୍ତି। ଏହି ଦିନ ମୁଖ୍ୟତଃ ଭାରତ ଏବଂ ନେପାଳରେ ହିନ୍ଦୁ ଧର୍ମାବଲମ୍ବୀଙ୍କ ଦ୍ୱାରା ପୂଜିତ ହିନ୍ଦୁ ଭଗବାନ ହନୁମାନଙ୍କ ଜନ୍ମ ଉତ୍ସବ ପାଳନ କରାଯାଏ। ଏହି ପର୍ବ ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଦିନରେ ପାଳନ କରାଯାଏ।

ଚଳିତ ଏ ବର୍ଷ କରୋନା କଟକଣା ଯୋଗୁଁ ମନ୍ଦିରରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ପଣା ସଂକ୍ରାନ୍ତି ପାଳନ କରାଯିବ। ରାଜଧାନୀ ଭୁବନେଶ୍ୱରରେ ସର୍ବସାଧାରଣରେ ପଣା ବଣ୍ଟା ଯାଇପାରିବନି ବୋଲି ବିଏମସି ପକ୍ଷରୁ ଗାଇଡଲାନ୍ ଜାରି କରାଯାଇଛି। କେବଳ ଧାର୍ମିକ ଅନୁଷ୍ଠାନରେ ରୀତିନୀତି ଅନୁଯାୟୀ ସେବାୟତ ବା ପୂଜକମାନେ ପୂଜା କରିପାରିବେ ଏବଂ ଭକ୍ତଙ୍କୁ ସଂପୂର୍ଣ୍ଣ ଭାବେ ବାରଣ କରାଯାଇଛି।

Leave A Reply

Your email address will not be published.