Odisha Link
Bridging the Missing Links in Odisha

ଆମ୍ବେଦକରଙ୍କ ସାମାଜିକ ଏବଂ ରାଜନୈତିକ ଦୃଷ୍ଟିକୋଣ ଆଜି ବି ଉପଯୋଗୀ: ଧର୍ମେନ୍ଦ୍ର

ବାବାସାହେବ ଆମ୍ବେଦକର ଭାରତବର୍ଷର ଅମୂଲ୍ୟ ରତ୍ନ ଥିଲେ

ଭୁବନେଶ୍ୱର: ଭାରତୀୟ ସମ୍ବିଧାନର ନିର୍ମାତା ଏବଂ ସାମାଜିକ ନ୍ୟାୟର ପ୍ରଣେତା ବାବାସାହେବ ଡ. ଭିମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଅବସରରେ ଭୁବନେଶ୍ୱର ସ୍ଥିତ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି ଯେ, ବାବାସାହେବ ଆମ୍ବେଦକର ଭାରତବର୍ଷର ଅମୂଲ୍ୟ ରତ୍ନ ଥିଲେ। ତାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ସମ୍ବିଧାନର ଅନେକ ଗୁଡ଼ିଏ ଦିଗ ରହିଛି। ତାଙ୍କର ବିଭିନ୍ନ ସାମାଜିକ ଓ ରାଜନୈତିକ ଦିଗ ଉପରେ ଦୃଷ୍ଟିକୋଣ ଆଜି ବି ଉପଯୋଗୀ। ଭାରତରତ୍ନ ବାବାସାହେବଙ୍କ ଜୀବନ ଗରିବ, ବଞ୍ଚିତ, ନିଷ୍ପେସିତ ଏବଂ ଆରର୍ଥୀକ ଦୃଷ୍ଟିରୁ ପଛୁଆ ବର୍ଗଙ୍କ ଉତଥାନ ଏବଂ ସଶକ୍ତିକରଣ କରିବାରେ ସମର୍ପିତ ରହିଥିଲା। ଆମେ ସମସ୍ତେ ବାବାସାହେବଙ୍କ ସାମାଜିକ ସମରସତାରେ ପ୍ରରିତ ଏବଂ ତାଙ୍କ ସ୍ୱପ୍ନର ଭାରତ ନିର୍ମାଣ ପାଇଁ କଟିବଦ୍ଧ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ମତବ୍ୟକ୍ତ କରିଛନ୍ତି।