Odisha Link
Bridging the Missing Links in Odisha

ହାଇଦର ଖସିବା ପଛରେ ବଡ଼ ଲୋକଙ୍କ ହାତ: ପ୍ରକାଶ

ଭୁବନେଶ୍ୱର: କେମିତି ଫେରାର ମାରିଲା ଗ୍ୟାଙ୍ଗଷ୍ଟର ହାଇଦର। ପୁଲିସ ଆଖିରେ ଧୂଳି ଦେଇ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ଘଟଣା ପରେ ଆଜି ରାଜ୍ୟ ସରକାରଙ୍କୁ ବିଜେପି ଘେରିଛି। ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ପ୍ରକାଶ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ହାଇଦର ଖସିବା ପଛରେ ବଡ଼ ଲୋକଙ୍କ ହାତ ଥିବା ଅଭିଯୋଗ କରିଛନ୍ତି।

ବରିଷ୍ଠ ନେତା ପ୍ରକାଶ କହିଛନ୍ତି ଯେ, ହାଇଦର ଖସିବା ପଛରେ ବଡ଼ ଷଡ଼ଯନ୍ତ୍ର ହୋଇଛି। ହାଇଦରକୁ ବାରମ୍ବାର କାହିଁକି ସମ୍ବଲପୁରରୁ କଟକ ଅଣାଯାଉଥିଲା। ଚିକିତ୍ସା ପାଇଁ ୩ଥର କଟକ ରେଫର ହୋଇଥିବା ଶୁଣାଯାଉଛି। ହାଇଦର ଚିକିତ୍ସା ପାଇଁ କଟକ ଯିବାକୁ କିଏ ସୁପାରିସ କରିଥିଲେ।

କଟକରେ ପ୍ରକୃତରେ ଚିକିତ୍ସା ଚାଲିଥିଲା କି ନାହିଁ ସ୍ପଷ୍ଟୀକରଣ ମିଳିନି। ଜଣେ ଦୁର୍ଦ୍ଧାନ୍ତ ଅପରାଧୀ ପାଇଁ କାହିଁକି ଏତେ ସମ୍ବେଦନଶୀଳତା। ସାଧାରଣ ରୋଗୀକୁ କ୍ୟାବିନ ମିଳୁନି। କିଏ କ୍ୟାବିନ ପାଇଁ ସୁପାରିସ କରିଥିଲେ। କିଡନୀ ସମସ୍ୟା ଥିବାରୁ ହାଇଦର ଆସିଥିଲା। କିନ୍ତୁ ସେ ବିରିୟାନୀ କେମିତି ଖାଉଥିଲା। ଖସିଯିବାର ୩ ଘଣ୍ଟା ପର୍ଯ୍ୟନ୍ତ ସ୍ଥାନୀୟ ପୁଲିସକୁ କୁହାଯାଇନଥିଲା। ଚେକଗେଟ ପାରି ହେଲା ପରେ ଯାଇ ଜଣାଯିବାକୁ ଯୋଜନା ଥିବ।

ପୁଲିସ-ଜେଲ-ମେଡିକାଲ ୟର ସମନ୍ୱୟ ନଥିଲେ ଏସବୁ ହୋଇପାରିବନି। ଏହି ସମନ୍ୱୟ ପଛରେ କୌଣସି ବଡ଼ ଲୋକର ହାତ ଥିବ। ଷଡ଼ଯନ୍ତ୍ର ପଛରେ ସେହି ବଡ଼ ଲୋକ କିଏ ତାହାର ତଦନ୍ତ ହେବା ଦରକାର ବୋଲି ପ୍ରକାଶ ମିଶ୍ର କହିଛନ୍ତି।

ଠିକ୍‌ ସେହିପରି ଗୃହ ବିଭାଗ ମୁଖ୍ୟ ମୁଖ୍ୟମନ୍ତ୍ରୀ। କିନ୍ତୁ ସେ ଏଯାଏଁ ସ୍ପଷ୍ଟୀକରଣ ଦେଇନାହାନ୍ତି। ୬ଜଣ କନଷ୍ଟେବଳଙ୍କୁ ସସପେଣ୍ଡ କରି ଚୁପ ରହିବା ଲଜ୍ଜାଜନକ। ମୁଖ୍ୟମନ୍ତ୍ରୀଙ୍କ ନାକତଳେ ଏଭଳି ଘଟିବା ଉଦବେଗ ବିଷୟ ବୋଲି ପ୍ରକାଶ ମିଶ୍ର କହିଛନ୍ତି।

Leave A Reply

Your email address will not be published.