Odisha Link
Bridging the Missing Links in Odisha

ପିପିଲି ପଲିଟିକ୍ସରେ ଗଡ଼ିଲା ମୁଣ୍ଡ

ଆକ୍ରମଣ ପଛରେ କିଏ ଅଥି ତାହା ସ୍ପଷ୍ଟ ହୋଇନାହିଁ। ପିପିଲି ଏସ୍‌ଡିପିଓ ଏହାର ତଦନ୍ତ ଦାୟିତ୍ବ ନେଇଛନ୍ତି।

ଭୁବନେଶ୍ବର: ପିପିଲି ରାଜନୀତିର ନିଆଁ ବଢ଼ିବାରେ ଲାଗିଛି। ଉପନିର୍ବାଚନ ପୂର୍ବରୁ ରାଜନୈତିକ ହିଂସାରେ ଜଣେ ମତଦାତାଙ୍କ ଜୀବନ ଚାଲିଯାଇଛି। ତିନିଦିନ ତଳେ ସଂଘଟିତ ଏହି ହିଂସାରେ ସଂକଟାପନ୍ନ ଅବସ୍ଥାରେ ଥିବା ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ହୋଇଛି।

ମୃତକଙ୍କ ନାମ ପାଣ୍ଡବ ବେହେରା, ଘର ଡେଲାଙ୍ଗ ଥାନା ଅନ୍ତର୍ଗତ ଜେନାପୁର ଦେସପୁର ଦଳିତ ବସ୍ତିରେ। ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଠାରୁ ଭୋଟ୍‌ ପାଇଁ ନେଇଥିବା ଟଙ୍କା ଫେରାଇବା ବେଳେ ଏପ୍ରିଲ ୧୧ ତାରିଖରେ ପାଣ୍ଡବଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା। ଏଥିରେ ଗୁରୁତର ଆହତ ପାଣ୍ଡବଙ୍କୁ ତୁରନ୍ତ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଆଜି ଅପରାହ୍ଣରେ ପାଣ୍ଡବଙ୍କର ମୃତ୍ୟୁ ହୋଇଥିବା ବେଳେ ଘରେ ତାଙ୍କର ପତ୍ନୀ ଓ ଦୁଇ ସନ୍ତାନ ଅଛନ୍ତି। ଆକ୍ରମଣ ପଛରେ କିଏ ଅଥି ତାହା ସ୍ପଷ୍ଟ ହୋଇନାହିଁ। ପିପିଲି ଏସ୍‌ଡିପିଓ ଏହାର ତଦନ୍ତ ଦାୟିତ୍ବ ନେଇଛନ୍ତି।

Leave A Reply

Your email address will not be published.