Odisha Link
Bridging the Missing Links in Odisha

ସ୍ୱେରେଜ କାମକଲା ବେଳେ ଚାଲିଗଲା ଦୁଇ ଜୀବନ

କଟକ: କଟକ ସିଡିଏ ସେକ୍ଟର ୧୦ରେ ସ୍ୱେରେଜ କାମବେଳେ ଆଜି ଏକ ବଡ଼ ଅଘଟଣ ଘଟିଛି। ସ୍ୱେରେଜ କାମବେଳେ ୨ ଜଣ ଶ୍ରମିକଙ୍କ ମୃତୁ୍ୟ ହୋଇଛି ।

ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୧୧.୩୦ରେ ଉକ୍ତ ସ୍ୱେରେଜ କାମ ଚାଲିଥିବାବେଳେ ପ୍ରଥମେ ଜଣେ ଶ୍ରମିକ ଏକ ଖାଲ ମଧ୍ୟ ପଶିଥିଲେ। ସେଠାରେ ସେ ଫସିଯାଇଥିବା ଜଣାପଡ଼ିବା ପରେ ଆଉ ଜଣେ ତାଙ୍କୁ ଉଦ୍ଧାର କରିବା ପାଇଁ ଉକ୍ତ ଖାଲରେ ପଶିଥିଲେ।

ତେବେ ଉଭୟ ଯେତେବେଳେ ବାହାରକୁ ନବାହାରିଲେ ସେତେବେଳେ ତୃତୀୟ ବ୍ୟକ୍ତି ଜଣକ ତା’ ମଧ୍ୟରେ ପଶିଥିଲେ। ତେବେ ୩ ଜଣ ଯେତେବେଳେ ବାହାରକୁ ନବାହାରିଲେ ସେତେବେଳେ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁଲିସକୁ ଖବର ଦିଆଯାଇଥିଲା।

ସେମାନେ ଆସିବା ପରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ସେଠାରେ ୨ ଜଣଙ୍କ ମୃତୁ୍ୟ ହୋଇଥିବା ଜଣାଯାଇଛି। ଗତ କିଛି ଦିନ ତଳେ ମଧ୍ୟ ସ୍ୱେରେଜ କାମବେଳେ କିଛି ଶ୍ରମିକ ଶ୍ୱାସରୁଦ୍ଧ ହୋଇଥିବା ଖବର ସାମନାକୁ ଆସିଥିଲା।