Odisha Link
Bridging the Missing Links in Odisha

ସାଢେ ୫ଟାରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି ମହାମାରୀ କରୋନ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ରାଜ୍ୟରେ କରୋନା ସଂକ୍ରମଣ ୩ ହଜାର ମୁହାଁ ହେବାରେ ଲାଗିଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଅପରାହ୍ନ ୫.୩୦ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ଏକ ବଡ଼ ଘୋଷଣା କରିପାରନ୍ତି। କରୋନାକୁ ନିୟମନ୍ତ୍ରଣ କରିବା ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇପାରେ।

ଅନ୍ୟପଟେ ଆଜି ଅପରାହ୍ନରେ ମାଟ୍ରିକ ପରୀକ୍ଷା ନେଇ ବଡ଼ ଘୋଷଣା ହୋଇପାରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିବାର କାର୍ଯ୍ୟକ୍ରମ ରହିଛି। କରୋନାର ପ୍ରକୋପ ଭିତରେ ମାଟ୍ରିକ ପରୀକ୍ଷା ହେବ କି ନାହିଁ ସେ ବିଷୟରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ। ଏନେଇ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, କରୋନା ନୂଆ ଷ୍ଟ୍ରେନ୍‌ରେ ସଂକ୍ରମଣ କ୍ଷୀପ୍ରଗତିରେ ବଢୁଛି। ଶୀଘ୍ର ସଂକ୍ରମଣ ବଢୁଥିବାରୁ ହସ୍ପିଟାଲରେ ବେଡ୍‌ ମିଳିବା ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ ରହିଛି। ଖାଲି ସଂକ୍ରମଣ ବଢ଼ିଛି ବୋଲି ନୁହେଁ। ଯେଉଁମାନେ କରୋନା ଆକ୍ରାନ୍ତ ହୋଇଛନ୍ତି, ସେମାନେ ପୁନଃ ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ରହିଛି। ଟିକାର ଦୁଇଟି ଡୋଜ୍‌ ନେଇଥିବା ଲୋକଙ୍କୁ ମଧ୍ୟ ସଂକ୍ରମଣ ହେଉଛି।

Leave A Reply

Your email address will not be published.