Odisha Link
Bridging the Missing Links in Odisha

ଡିଏସପିରୁ ଇନସ୍ପେକ୍ଟରକୁ ଖସିଲେ ୨୮ କର୍ମଚାରୀ

ଭୁବନେଶ୍ୱର: ଭଲ କାମ କଲେ ହୁଏ ପଦୋନ୍ନତି। ଆଉ ଭଲ କାମ ନକଲେ ପୁଣି ତଳ କର୍ମଚାରୀ ହେବାକୁ ପଡ଼ିଥାଏ। ଓଡ଼ିଶାରେ ଏଭଳି ଦେଖିବାକୁ ମିଳିଛି। ପୁଲିସ ଚାକିରି କ୍ଷେତ୍ରରେ ଏଭଳି ଦେଖିବାକୁ ମିଳିଛି। ଡିଏସପିରୁ ଇନସ୍ପେକ୍ଟରକୁ ଖସିଛନ୍ତି ୨୮ ଜଣ ପୁଲିସ ଅଧିକାରୀ।

ଇନଚାର୍ଜ ଡିଏସପିଭାବେ ବିଭିନ୍ନ ଜିଲ୍ଲାରେ କାମ କରୁଥିବା ୨୮ ଜଣ ପୁଲିସ ଅଧିକାରୀ ଇନସ୍ପେକ୍ଟର ପଦକୁ ଖସିଛନ୍ତି। ଅନୁପ କାନୁନଗୋ, ସତ୍ୟଜିତ ମିଶ୍ର, କୃଷ୍ଣପ୍ରସାଦ ଦାସ, ସୂର୍ଯ୍ୟମଣି ପ୍ରଧାନ, ଇତି ଦାସ, ମନୋଜ ସାମନ୍ତ, ସୁପ୍ରସନ୍ନ ମଲ୍ଲିକ, ରଞ୍ଜନ ଦେ, ପୁଷ୍ପଲତା ବାରିକ, ଶ୍ରୀମନ୍ତ ବାରିକ ଓ ଅଜୟ ମିଶ୍ରଙ୍କ ସମେତ ୨୮ ଜଣ ପୁଲିସ ଅଧିକାରୀ ଇନସ୍ପେକ୍ଟର ପଦକୁ ଖସିଛନ୍ତି। ତୁରନ୍ତ ସେମାନଙ୍କୁ ଇନସ୍ପେକ୍ଟରଭାବେ ପୋଷ୍ଟିଂ ଦେବାକୁ ନିଦେ୍ର୍ଧଶ ଦିଆଯାଇଛି।

Leave A Reply

Your email address will not be published.