Odisha Link
Bridging the Missing Links in Odisha

ଗୁଜରାଟ: ୧୫୦ କୋଟି ଟଙ୍କାର ହେରୋଇନ୍‌ ଜବତ, ୮ ପାକିସ୍ତାନୀ ଗିରଫ

ଗୁଜରାଟ ଏଟିଏସ୍‌ ଓ ଭାରତୀୟ କୋଷ୍ଟ ଗାର୍ଡର ଏକ ମିଳିତ ଦଳ କଚ୍‌ ଜିଲ୍ଲା ଜଖଉ ବନ୍ଦର ନିକଟରେ ସମୁଦ୍ର ଭିତରୁ ଏହି ଡଙ୍ଗାକୁ ଧରିଥିଲେ।

ଅହମ୍ମଦାବାଦ: ଆରବ ସାଗରରେ ଗୁଜରାଟ ଉପକୂଳକୁ ଆସୁଥିବା ଏକ ଡଙ୍ଗାରୁ ୧୫୦ କୋଟି ଟଙ୍କାର ହେରୋଇନ୍‌ ଜବତ ହୋଇତିବା ବେଳେ ଏଥିରେ ଯାତ୍ରା କରୁଥିବା ୮ ଜଣ ପାକିସ୍ତାନୀ ନାଗରିକଙ୍କୁ ଗିରଫ କରିଛି ଆଣ୍ଟି ଟେରରିଷ୍ଟ ସ୍କ୍ବାଡ୍‌ (ଏଟିଏସ୍)।

ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇଁ ଗୁଜରାଟ ଏଟିଏସ୍‌ ଓ ଭାରତୀୟ କୋଷ୍ଟ ଗାର୍ଡର ଏକ ମିଳିତ ଦଳ କଚ୍‌ ଜିଲ୍ଲା ଜଖଉ ବନ୍ଦର ନିକଟରେ ସମୁଦ୍ର ଭିତରୁ ଏହି ଡଙ୍ଗାକୁ ଧରିଥିଲେ। ହେରୋଇନ୍‌ ଭର୍ତ୍ତି ଡଙ୍ଗା ଯେଉଁଠାରେ ଜବତ ହୋଇଛଇ ତାହା ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ଠାରୁ ଖୁବ୍‌ ନିକଟରେ ବୋଲି ଏଟିଏସ୍‌ ସୂଚନା ଦେଇଛି।

ଦେବଭୂମି-ଦ୍ବାରକା ଜିଲ୍ଲାର ସ୍ପେଶାଲ ଅପରେଶନ୍‌ ଗ୍ରୁପ୍‌ (ଏସ୍‌ଓଜି) ଠାରୁ ଏ ନେଇ ଖବର ପାଇବା ପରେ ଏଟିଏସ୍‌ ଓ କୋଷ୍ଟ ଗାର୍ଡ ମିଳିତ ଚଢ଼ାଉ କରିଥିଲେ। ଗତକାଲି (୧୫ ଏପ୍ରିଲ) ସକାଳେ ଏହି ଚଢ଼ାଉ ବେଳେ ଡଙ୍ଗାରୁ ୮ ଜଣ ପାକିସ୍ତାନୀଙ୍କ ସମେତ ୩୦ କେଜି ନିଷିଦ୍ଧ ହେରୋଇନ୍‌ ନିଶାଦ୍ରବ୍ୟ ଜବତ କରାଯାଇଛି। ଅନ୍ତର୍ଜାତୀୟ ବଜାରରେ ଜବତ ହେରୋଇନ୍‌ର ମୂଲ୍ୟ ଭାରତୀୟ ମୁଦ୍ରାରେ ୧୫୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଏଟିଏସ୍‌ ଆକଳନ କରିଛି।

Leave A Reply

Your email address will not be published.