Odisha Link
Bridging the Missing Links in Odisha

ବ୍ୟାରେଜ୍‌ ନିର୍ମାଣ ନେଇ ନବୀନଙ୍କୁ ଚିଠି ଲେଖିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବ୍ୟାରେଜ୍‌ ନିର୍ମାଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଆନ୍ଧ୍ରପଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ। ବଂଶଧରା ନଦୀ ଉପରେ ନେରୋଡି ବ୍ୟାରଜ୍ ନିର୍ମାଣ ପାଇଁ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ।

ବ୍ୟାରେଜ୍ ନିର୍ମାଣ ହେଲେ ଗଜପତି ଜିଲ୍ଲାର ଲୋକମାନେ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ କହିଛନ୍ତି। ଚିଠିରେ ଭିଡବ୍ଲୁଡିଟିର ନିର୍ଦ୍ଦେଶ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ଜଗନ୍। ବ୍ୟାରେଜ୍ ନିର୍ମାଣ ଲାଗି ଓଡିଶା ସରକାର ସହଯୋଗ କରନ୍ତୁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.