Odisha Link
Bridging the Missing Links in Odisha

ନାଇଟ କର୍ଫ୍ୟୁ ପାଇଁ ବଦଳିଲା ମୋ ବସ୍ ସମୟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏନେଇ ରାଜ୍ୟରେ କଟକଣା ଲାଗୁ ସହ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି ସରକାର। ଏହାରି ମଧ୍ୟରେ ଟ୍ୱିନ ସିଟିରେ ନାଇଟ କର୍ଫ୍ୟୁ ଯୋଗୁଁ ମୋ ବସ୍ ଯାତାୟତରେ କଟକଣା ଲାଗୁ ହୋଇଛି। କଟକଣା ମୁତାବକ, କାଲିଠାରୁ ସକାଳ ୭ଟାରୁ ଯାତ୍ରା ଆରମ୍ଭ କରିବ ମୋ ବସ୍।

ସେହିପରି ସନ୍ଧ୍ୟା ୭ଟାରେ ବସ୍ ଡିପୋ ଛାଡିବ ଶେଷ ବସ୍। ବସରେ ଠିଆ ହୋଇ ଯାତ୍ରା କରିବା ମନା ହୋଇଥିବା ବେଳେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ତେବେ ଟ୍ୱିନ୍ ସିଟିରେ ଲାଗୁ ହେବ ୧୪୪ ଧାରା। ଆଜି ନାଇଟ୍ କର୍ଫ୍ୟୁ ବେଳେ କଟକ ଓ ଭୁବନେଶ୍ୱର ଲାଗୁ ହେବ ୧୪୪ ଧାରା। ରାତି ୯ଟାରୁ ସକାଳ ୫ ଟା ଯାଏ ଜାରି ରହିବ ଏହି ଧାରା। ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏନେଇ ସୂଚନା ଦେଇଛନ୍ତି।

ଏହି ସମୟରେ କେବଳ ଅତି ଜରୁରୀ ଆବଶ୍ୟକ ସାମଗ୍ରୀ ଏବଂ ଯୋଗାଣକାରୀଙ୍କ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ବାହାରେ ବୁଲିବା ବାରଣ ହେଇଛି। ଏହି ସମୟରେ ମିଡିଆ , ପେଟ୍ରୋଲ ଏବଂ ମେଡିକାଲ କର୍ମଚାରୀଙ୍କୁ ଯିବା ଆସିବା ପାଇଁ ଅନୁମତି ମିଳିଛି। ନିୟମ ନ ମାନିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ଜରୁରୀ ସେବା ଯୋଗାଉ ଥିଲେ ଦେବାକୁ ପଡିବ ପ୍ରମାଣପତ୍ର।

Leave A Reply

Your email address will not be published.