Odisha Link
Bridging the Missing Links in Odisha

ଆଜିଠୁ ୩ଟି ନୂଆ ରୁଟରେ ଗଡ଼ିବ ‘ମୋ ବସ୍‌’, କ୍ରୁଟ୍ ପକ୍ଷରୁ ଜାରି ହେଲା ସୂଚନା

ଓଏଲ୍‌ ବ୍ୟୁରୋ: ତିନି ଅଞ୍ଚଳବାସୀଙ୍କ ପାଇଁ ଖୁସି ଖବର। କ୍ୟାପିଟାଲ ଅର୍ବାନ ରିଜନ ଟ୍ରାନ୍ସପର୍ଟ (କ୍ରୁଟ) ପକ୍ଷରୁ ୩ ନୂଆ ରୁଟରେ ମୋ ବସ୍‌ ଗଡ଼ିବା ନେଇ ସୂଚନା ହୋଇଛି। ସୁଆଣ୍ଡୋ, ଜଟଣୀ ଓ ନିଆଳିକୁ ମୋ ବସ୍‌ ସେବା ଯୋଗାଇ ଦିଆଯିବ। ରୁଟ-୬୪ରେ ମୋ ବସ୍‌ ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରି ବରମୁଣ୍ଡାବସ୍‌ ଷ୍ଟାଣ୍ଡ ଦେଇ ଜଟଣୀ ଗେଟ୍‌ ପର୍ଯ୍ୟନ୍ତ ଚଳାଚଳ କରିବ।

ସେହିପରି ରୁଟ ନଂ ୬୨ରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ବାହାରି ପିପିଲି ବଜାର ଦେଇ ସୁଆଣ୍ଡୋ ପର୍ଯ୍ୟନ୍ତ ଯିବ। ବହୁ ଦିନ ଧରି ଏହି ରୁଟରେ ମୋ ବସ୍‌ ଚଳାଇବା ପାଇଁ ଦାବି ହୋଇ ଆସୁଥିଲା। ତେବେ ଏହି ଦାବି ପୁରାଣ ସହ ସେଠାକାର ଯାତାୟାତ ସୁବିଧା କରାଯାଇଅଛି।

Leave A Reply

Your email address will not be published.