Odisha Link
Bridging the Missing Links in Odisha

ହାଇଦରକୁ କରୋନା, ରିମାଣ୍ଡ ସ୍ଥଗିତ

କଟକ: ଗ୍ୟାଙ୍ଗଷ୍ଟର ହାଇଦରକୁ କରୋନା। RT-PCR ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିବା ନେଇ ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ ସିଂ। ବର୍ତ୍ତମାନ ହାଇଦରକୁ ଚୌଦ୍ୱାର ଜେଲରେ ଆଇସୋଲେସନ୍ ଓ୍ୱାର୍ଡରେ ରଖାଯାଇଛି। ଏଥିସହ ହାଇଦରର ରିମାଣ୍ଡକୁ ମଧ୍ୟ ସ୍ଥଗିତ କରାଯାଇଛି।

ଆଜି ଠାରୁ ୭ ଦିନିଆ ରିମାଣ୍ଡରେ ଯାଇଥାଆନ୍ତା ଗ୍ୟାଙ୍ଗଷ୍ଟର ହାଇଦର। ହାଇଦରକୁ ୭ ଦିନିଆ ରିମାଣ୍ଡରେ ନେଇ ଥାଆନ୍ତା କଟକ ମଙ୍ଗଳାବାଗ ପୁଲିସ। ଏନେଇ କଟକ ସିଟି JMFC କୋର୍ଟ ୭ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଥିଲେ।

ସୂଚନାଯୋଗ୍ୟ, ଏପ୍ରିଲ ୧୦ ତାରିଖରେ କଟକ ଏସ୍‌ସିବି ମେଡିକାଲରୁ ଖସି ପଳାଇଥିଲା କୁଖ୍ୟାତ ଗ୍ୟାଙ୍ଗଷ୍ଟର ସେଖ୍‌ ହାଇଦର। ୧୨୦ ଘଣ୍ଟାର ଅପରେସନ ପରେ ଶେଷରେ ଗୁରୁବାର ବେଳେ ଧରାପଡ଼ିଥିଲା ହାଇଦର। ଗତକାଲି କଡ଼ା କଟକଣା ମଧ୍ୟରେ ପୋଲିସ ତାକୁ ଚୌଦ୍ୱାର ଜେଲକୁ ନେଇଥିଲା। ହାଇଦର ଲିଙ୍କରେ ଧରାପଡ଼ିଥିବା ୩ ଯୁବତୀଙ୍କ ସହ ୮ ସହଯୋଗୀଙ୍କୁ ବି ଜେରା କରିଛି ପୁଲିସ।

Leave A Reply

Your email address will not be published.