Odisha Link
Bridging the Missing Links in Odisha

ଟିକା ପାଇଁ ମୋଦିଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ବର: ପୁଣି ନିଜର କାୟା ବିସ୍ତାର କଲାଣି ମହାମାରୀ କରୋନ। ଦିନୁ ଦିନ ଆକ୍ରାନଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏହି ସମୟରେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବା ବେଳେ କରୋନା ଟିକା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଜ୍ୟରେ ୪୫ ବର୍ଷରୁ ଉର୍ଦ୍ଧ୍ବ ଲୋକଙ୍କୁ ଟିକାକରଣ କରାଯାଉଥିବା ବେଳେ ପ୍ରତ୍ୟେକ ଦିନ ୩ ଲକ୍ଷ ଡୋଜ ଟିକାର ଆବଶ୍ୟକତା ହେଉଛି। ଏଥିସହ ୨୫ ଲକ୍ଷ ଡୋଜ ଟିକା ଓଡ଼ିଶରକୁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠିର ଉଲ୍ଲେଖ କରିଛନ୍ତି।

ଏଥିସହ ମୁଖ୍ୟମନ୍ତ୍ରୀ ଖୋଲା ବଜାରରେ ଟିକା ଉପଲବ୍ଧ କରାଇବାକୁ ପ୍ରସ୍ତାବ ଦେଇଛନ୍ତି। ବିଶ୍ୱସ୍ତରୀୟ ଅନୁମତି ପ୍ରାପ୍ତ କରୋନା ଟିକା ଦେଶରେ ଉପଲ୍ବଧ ହେଉ। ସର୍ବାଧିକ ସଂକ୍ରମିତ ସହରଗୁଡିକୁ ପ୍ରାଧାନ୍ୟ ଦିଆଯାଉ। ମେଟ୍ରୋପଲିଟାନ୍ ସହରଗୁଡିକରେ ବୟସସୀମା କୋହଳ କରାଯାଉ।

ଏହାସହ ରାଜ୍ୟଗୁଡିକୁ ଠିକ୍ ସମୟରେ ଯଥେଷ୍ଟ ପରିମାଣର ଟିକା ଯୋଗାଇ ଦିଆଯାଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୪୭ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଟିକା ନଷ୍ଟ ପରିମାଣ କମ୍ ରହିଛି। ଟିକା ନେବାକୁ ଓଡିଶାବାସୀ ଆଗ୍ରହୀ ଅଛନ୍ତି। ମାତ୍ର ଟିକା ଉପଲବ୍ଧ ନଥିବାରୁ ଆମ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.