Odisha Link
Bridging the Missing Links in Odisha

ଦିବଙ୍ଗତ ଅଜିତ ମଙ୍ଗରାଜଙ୍କ ମା’ଙ୍କ ପରଲୋକ

ଭୁବନେଶ୍ୱର: ପୁଅ ପରେ ପରେ ଚାଲିଗଲା ମା’ଙ୍କ ଜୀବନ। ଦିବଙ୍ଗତ କଂଗ୍ରେସ ନେତା ଅଜିତ ମଙ୍ଗରାଜଙ୍କ ମୃତ୍ୟୁ ପରେ ପରେ ଆଜି ତାଙ୍କ ମା’ଙ୍କର ପରଲୋକ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି।

ପିପିଲିର ଦିବଙ୍ଗତ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ କରୋନାରେ ଆରପାରିରେ ଯିବାର ଦୁଇ ଦିନ ପରେ ତାଙ୍କ ମାଆ ମଧ୍ୟ କୋଭିଡରେ ମୃତ୍ୟୁବରଣ କରିଛନ୍ତି। ୭୦ ବର୍ଷ ବୟସରେ କ୍ଷେତ୍ରମଣି ମଙ୍ଗରାଜ କୋଭିଡରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ।

ଆଜି ତାଙ୍କର ମୃତ୍ୟୁ ନେଇ ଘରୋଇ ମେଡିକାଲ କତ୍ତୃପକ୍ଷଙ୍କ ସହ ପରିବାର ଲୋକେ ଖବର ପାଇଥିଲେ। ଅଜିତଙ୍କ ମୃତ୍ୟୁ ପରେ ପରେ ଏବେ ତାଙ୍କ ମାଆଙ୍କ ମୃତ୍ୟୁ ନେଇ ଦୁଃଖରେ ଭାଙ୍ଗିପଡିଛନ୍ତି ପୁରା ପରିବାର। କୋଭିଡ ଗାଇଡ଼ଲାଇନ ଅନୁସାରେ ତାଙ୍କ ମାଆଙ୍କର ଶବ ସତ୍କାର କରାଯିବ।

Leave A Reply

Your email address will not be published.