Odisha Link
Bridging the Missing Links in Odisha

ସୁନ୍ଦରଗଡ଼: ଡରାଉଛି କରୋନା, ୩ ଦିନରେ ୧୪ ମୃତ

ଗତକାଲି ଜିଲ୍ଲାରେ ୫୨୩ ନୂଆ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କେବଳ ରାଉରକେଲାରେ ୨୮୦ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି।

ରାଉରକେଲା: ରାଉରକେଲା ସହର ସମେତ ସମଗ୍ର ଜିଲ୍ଲାରେ କରୋନା ଦ୍ବିତୀୟ ଲହଡ଼ି ଦିନକୁ ଦିନ ଭୟଙ୍କର ରୂପ ନେଉଛି। ଗତ ତିନି ଦିନରେ ଜିଲ୍ଲାରେ ୧୪ ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

କେବଳ ରାଉରକେଲାର ବେଦବ୍ୟାସରେ ୧୧ଟି ଶବ ଦାହ କରାଯାଇଛି। କୁତ୍ରା ବ୍ଲକ୍‌ର ଖାଟକୁରବାହାଲ ଓ ଜିଲ୍ଲାର ଅନ୍ୟ ସ୍ଥାନରେ ଆଉ ତିନି ଜଣଙ୍କୁ କବର ଦିଆଯାଇଛି।

ସୂଚନା ଅନୁସାରେ ମାର୍ଚ୍ଚ ୨୬ରୁ ଏଯାଏଁ ଜିଲ୍ଲାରେ କୋଭିଡ୍‌ କଟକଣା ଭିତରେ ୩୪ ଜଣଙ୍କ ଶବ ସତ୍କାର କରାଯାଇଛି। ରାଜ୍ୟରେ ଏବେ ସବୁଠାରୁ ଭୟଙ୍କର କରୋନା ସ୍ଥିତି ସୁନ୍ଦରଗଡ଼ ଜିଲ୍ଲାରେ ଦେଖିବାକୁ ମିଳିଛି। ଜିଲ୍ଲାରେ ଶଯ୍ୟା ଅଭାବକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ନୂଆ କୋଭିଡ୍‌ ଡାକ୍ତରଖାନା ପ୍ରସ୍ତୁତ ଚାଲିଛି।

ଗତକାଲି ଜିଲ୍ଲାରେ ୫୨୩ ନୂଆ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ କେବଳ ରାଉରକେଲାରେ ୨୮୦ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ରାଉରକେଲା ସେକ୍ଟର ୧ ଓ ସେକ୍ଟର ୨୦ରେ ଦୁଇଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି।

Leave A Reply

Your email address will not be published.