Odisha Link
Bridging the Missing Links in Odisha

ଆଜିଠୁ ନାଇଟ୍ କର୍ଫ୍ୟୁ ଲାଗୁ, କ’ଣ ଖୋଲା ଓ ବନ୍ଦ ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟରେ ହୁହୁ ନେଇ ବଢିଚାଲିଛି କରୋନା ସଂକ୍ରମଣ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଜିଠୁ ଓଡ଼ିଶାରେ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି। ସୀମାବର୍ତ୍ତୀ ୧୦ ଜିଲ୍ଲାରେ କଟକଣା ଅଧିକ କରାଯାଇଛି। ସୀମାବର୍ତ୍ତୀ ୧୦ ଜିଲ୍ଲାରେ ଆଜି ସଂଧ୍ୟା ୬ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ କରାଯାଇଛି। ଏଥିସହ ଏ ସମସ୍ତ ଜିଲ୍ଲାରେ ସପ୍ତାହାନ୍ତ ସଡଡାଉନ୍ ମଧ୍ୟ ଆଜିଠୁ ଆରମ୍ଭ ହୋଇଛି। ଶନି ଓ ରବିବାର ସଟଡାଉନ ମଧ୍ୟ ରହିବ।

ଅନ୍ୟ ୨୦ ଜିଲ୍ଲାର ସହରାଞ୍ଚଳରେ ମଧ୍ୟ ଆଜିଠାରୁ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି। ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ। ତେବେ ଏହି ସମୟରେ ମେଡିକାଲ, ଅଗ୍ନିଶମ, ପାନୀୟଜଳ ଯୋଗାଣ, ପେଟ୍ରୋଲ, ଗ୍ୟାସ ଯୋଗାଣ ଆଦି ଜାରି ରହିବ।

୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ଅଫିସ। ଧାର୍ମିକ ଅନୁଷ୍ଠାନରେ ସୀମିତ ସେବାୟତଙ୍କୁ ନେଇ ନୀତିକାନ୍ତି ହେବ। ହାଟ ବଜାର ପାଇଁ ମଧ୍ୟ କଟକଣା ଜାରି ହୋଇଛି। ଦୋକାନ ମଧ୍ୟରେ ୩୦ ଫୁଟର ଦୂରତା ରହିବ। ଗାଇଡଲାଇନ୍ ନମାନିଲେ ଦୋକାନ ଲାଇସେନ୍ସ ରଦ୍ଦ କରାଯିବ।

ବାର ଓ ରେଷ୍ଟୁରାଣ୍ଟ, ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ବ୍ୟବସାୟ କରିବେ। ଫିଲ୍ମହଲ ମଧ୍ୟ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲିପାରିବ। ପାର୍କରେ ଦୁଇ ଶହ ଜଣ ରହିପାରିବେ। ଯାତ୍ରା ଓ ଅପେରାରେ ହଜାରେ ଜଣ ଉପସ୍ଥିତ ରହିବେ। ସୋମବାରଠାରୁ ରାଜ୍ୟ ବାହାରକୁ ବସ୍ ଚଳାଚଳ ବନ୍ଦ ରହିବ। ବସ୍‌ରେ ସିଟ୍ ମୁତାବକ ଯାତ୍ରୀ ଯିବେ। ଟ୍ୟାକ୍ସି, ଅଟୋରେ ଦୁଇ ଜଣ ପାସେଞ୍ଜର ଯାଇପାରିବେ।

ବିବାହ କାର୍ଯ୍ୟରେ ୫୦ଜଣ ଓ ଶୁଦ୍ଧିକ୍ରିୟା ପାଇଁ ୨୦ ଜଣଙ୍କୁ ଅନୁମତି ଦିଆଯାଇଛି। ବିବାହ କାର୍ଯ୍ୟରେ ପ୍ରସେସନକୁ ଅନୁମତି ମିଳିନଥିବା ବେଳେ ମାସ୍କ ଓ ସାମାଜିକ ଦୂରତାକୁ ଗୁରୁତ୍ବ ଦିଆଯାଇଛି। ସେପଟେ ଛତିଶଗଡ଼ ସୀମାନ୍ତ ୧୦ ଜିଲ୍ଲାରେ ଶନି ଓ ରବିବାର ସଟଡାଉନ ଯୋଗୁଁ ଟିକାକରଣ ମଧ୍ୟ ବନ୍ଦ ରହିବ।

Leave A Reply

Your email address will not be published.