Odisha Link
Bridging the Missing Links in Odisha

ବାଜିଲାନି ସାହାନାଇ ଉଠିଲା କୋକେଇ: ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

ବିବାହର ୧୦ ଦିନ ପୂର୍ବରୁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା

ନବରଙ୍ଗପୁର: ଆଉ ମାତ୍ର ୧୦ ଦିନ ପରେ ହୋଇଥାନ୍ତା ବାହଘର। ବାହଘର ପାଇଁ ସବୁ ପ୍ରସ୍ତୁତି ସରିଥିବା ବେଳେ ବିବାହର ୧୦ ଦିନ ପୂର୍ବରୁ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା। ନିଜ ମନର ମଣିଷ ସହ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ଯୁବତୀ। ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକସ୍ଥିତ ମୁର୍ତ୍ତୁମା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପରିବାର ଲୋକଙ୍କ ପସନ୍ଦକୁ ପଛ କରି ସେ ଭଲପାଉଥିବା ମନର ମଣିଷ ସହିତ କରିଛନ୍ତି ଆତ୍ମହତ୍ୟା। ପ୍ରେମୀ ଯୁଗଳ କୀଟନାଶକ ପିଇ ପରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଯେଉଁ ଗଛରେ ସେ ଦୁହେଁ ଓଢ଼ଣୀ ଲଗାଇ ଝୁଲିଥିଲେ ସେହି ଗଛମୂଳରୁ କିଛି କେକ୍ ୩ଟି କୀଟନାଶକ ବୋତଲ, ଯୁବତୀଙ୍କ ଚପଲ ସହ ଏକ ସାଇକେଲ ପଡ଼ିଥିବା ଦେଖିବାକୁ ମିଳିଛି। ମୃତ ଯୁବତୀଙ୍କ ନାଁ ସସ୍ମିତା ମାଝୀ। ଯୁବତୀଙ୍କ ବାହାଘର ଉମରକୋଟ ବ୍ଲକ୍ ସୁକିଗାଁ ପଞ୍ଚାୟତର ଡ଼ାବିଡି ଗୁଡ଼ା ଗ୍ରାମରେ ସ୍ଥିର ହୋଇଥିଲା।