Odisha Link
Bridging the Missing Links in Odisha

କରୋନା ମୁକାବିଲା: ଅପରାହ୍ନରେ ଡାକ୍ତରଙ୍କ ସହ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଉଛି କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାର ନିରାକରଣ ପାଇଁ ଆଜି ଦେଶର ଅଗ୍ରଣୀ ଡାକ୍ତରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହେବେ।

ଆଜି ଅପରାହ୍ନ ୪.୩୦ରେ ମୋଦି ଡାକ୍ତରଙ୍କ ସହ କଥା ହେବେ। ସେହିପରି ସନ୍ଧ୍ୟା ୬ଟାରେ ଦେଶର ଶୀର୍ଷ ଫାର୍ମା କମ୍ପାନୀଙ୍କ ସହ ଆଲୋଚନା କରିବେ। ଦେଶର କରୋନା ସ୍ଥିତି ନେଇ ଭିଡିଓ କନଫରେନ୍ସିଂ ଜରିଆରେ ମୋଦି ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Leave A Reply

Your email address will not be published.