Odisha Link
Bridging the Missing Links in Odisha

UGC-NET ପରୀକ୍ଷା ସ୍ଥଗିତ

ଭୁବନେଶ୍ୱର: ସ୍ଥଗିତ ହେଲା UGC-NET ପରୀକ୍ଷା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି NTA ପକ୍ଷରୁ ପରୀକ୍ଷା ସ୍ଥଗିତ କରାଯାଇଛି। ପରୀକ୍ଷା ନେଇ ପରବର୍ତ୍ତୀ ତାରିଖ ଜଣାଇ ଦିଆଯିବ।

ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ୍ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ପରୀକ୍ଷାର ୧୫ ଦିନ ପୂର୍ବରୁ ସଂଶୋଧିତ ତାରିଖ ଜଣାଇ ଦିଆଯିବ ବୋଲି NTA ପକ୍ଷରୁ କୁହାଯାଇଛି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହା ମଧ୍ୟରେ ଆଜି ପୁଣି ୪୭୬୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୭୮୫ ଓ ସ୍ଥାନୀୟ ଅଞ୍ଚଳରୁ ୧୯୭୬ ଜଣ ଚିହ୍ନଟ ହୋଇଛନ୍ତି। ଆଜି କରୋନାରେ ପାଞ୍ଚଜଣଙ୍କର ମୃତ୍ୟୁ ଘଟିଛି।

Leave A Reply

Your email address will not be published.