Odisha Link
Bridging the Missing Links in Odisha

୨୫ରୁ ବନ୍ଦ ହେବ ଏମ୍ସର ବର୍ହି ବିଭାଗ

ଭୁବନେଶ୍ୱର: ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଏମ୍ସ ବର୍ହି ବିଭାଗ ବନ୍ଦ ପାଇଁ ନିଷ୍ପତ୍ତି ନେଇଛି। ଏମ୍ସର ଏକାଧିକ କର୍ମଚାରୀ କୋଭିଡ୍ ସଂକ୍ରମିତ ହେବା ପରେ ଏଭଳି ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ ।

ଆସନ୍ତା ୨୫ ତାରିଖରୁ ଏମ୍ସ ବର୍ହି ବିଭାଗ ସାମିୟକ ଭାବେ ବନ୍ଦ ରହିବ। ଏହି ସମୟରେ ଡେ କେୟାର ସର୍ଭିସ୍, ରେଡିଓଥେରାପି, ଡାଏଲେସିସ୍, ଟ୍ରମା ଆଣ୍ଡ ଏମରଜେନ୍ସି,, ଏମରଜେନ୍ସି ଆଣ୍ଡ ଲାଇଫ୍-ସେଭିଂ ସର୍ଜରୀ, ଟେଲିମେଡିସିନ୍ ଆଣ୍ଡ ଟେଲିକନସଲଟେସନ୍, ଆଇପିଡି ସେବା, ପଲମୋନାରୀ, ଆନେସ୍ଥେସିଓଲୋଜି ସେବା ଜାରି ରହିବ।

ଏହା ସହିତ ବୁଧବାର ଓ ଶୁକ୍ରବାର ବୟସ୍କଙ୍କୁ ଟିକାକରଣ ଏବଂ ଗୁରୁବାର ୟେଲୋ ଫିଭର (ପୀତ ଜ୍ୱର) କ୍ଲିନିକ୍ ଖୋଲା ରହିବ। ଏପ୍ରିଲ୍ ୨୫ ପୂର୍ବରୁ ଅନଲାଇନରେ ଟିକେଟ୍ କରିଥିବା ବ୍ୟକ୍ତି ମେସେଜ୍ ଦେଖାଇ ଚିକିତ୍ସା କରାଇ ପାରିବେ।

ବର୍ହି ବିଭାଗ ବନ୍ଦର ପରେ ଟେଲି ମେଡିସିନ୍ ସେବା ସକାଳ ୯ରୁ ସନ୍ଧ୍ୟା ୫ଟା ଯାଏ ସୋମବାରରୁ ଶୁକ୍ରବାର ଏବଂ ଶନିବାର ଦିନ ସକାଳ ୯ରୁ ଦିନ ଗୋଟାଏ ଯାଏ ମିଳିବ। ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପୂର୍ବ ଭଳି ଜାରି ରହିବ।

Leave A Reply

Your email address will not be published.