Odisha Link
Bridging the Missing Links in Odisha

କୋଭିଡ୍ କେୟାର ସେଣ୍ଟରକୁ ମିଳିବନି ଟିକା, ଏପ୍ରିଲ ୩୦ ପରେ ବନ୍ଦ

ଭୁବନେଶ୍ଵର: ରାଜ୍ୟରେ ପୁଣି ଦିନକୁ ଦିନ ବଢ଼ୁଛି କରୋନା ସଂକ୍ରମଣ। ଏହାରି ଭିତରେ ରାଜ୍ୟ ସରକାର ଏକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ମେ ୧ରୁ ଘରୋଇ ହସ୍ପିଟାଲରେ ବନ୍ଦ ହେବ ୨୫୦ ଟଙ୍କିଆ ଟିକା। ଏବେ କେବଳ ୨୫୦ ଟଙ୍କିଆ ଟିକା ସରକାରୀ ହସ୍ପିଟାଲରେ ଉପଲବ୍ଧ ହେବ। ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ସଚିବପ୍ରଦୀପ୍ତ ମହାପାତ୍ର। ଏଥିସହ ରାଜ୍ୟରେ ଶନିବାର ଓ ରବିବାର ଟିକାକରଣ ବନ୍ଦ ରହିବ।

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟରେ ଶନିବାର ଓ ରବିବାର ସଟ୍‌ଡାଉନ୍ ଦିନ ଟିକାକରଣ ବନ୍ଦ ରହିବ। ଏହି ଦୁଇ ଦିନ ଟିକାକରଣ କେନ୍ଦ୍ର ସାନିଟାଇଜର କରାଯିବ। ତେଣୁ ପ୍ରତି ସୋମବାରରୁ ଶୁକ୍ରବାର ଯାଏଁ ଟିକାକରଣ କରିବାକୁ ନିଷ୍ପତ୍ତି ହୋଇଛି। ଏହି ୫ ଦିନ ଭିତରେ ସରକାରୀ ଛୁଟି ଥିଲେ ବି ଟିକା ଦିଆଯିବ। ଅନ୍ୟଏକ ନିଷ୍ପତ୍ତି କ୍ରମେ ମେ ୧ରୁ ଘରୋଇ ହସ୍ପିଟାଲରେ ଦିଆଯାଉଥିବା ୨୫୦ ଟଙ୍କିଆ ଟିକା ବନ୍ଦ ହେବ।

ଘରୋଇ ହସ୍ପିଟାଲ ଏଣିକି ସିଧାସଳଖ ଫାର୍ମା କମ୍ପାନୀଠୁ ଟିକା କିଣିବେ। ବ୍ୟବସ୍ଥା ଅନୁସାରେ ୫୦ ପ୍ରତିଶତ କୋଟାରୁ ଘରୋଇ ହସ୍ପିଟାଲ ଟିକା କିଣିବେ। ଏପ୍ରିଲ ୩୦ରୁ ସବୁ ଘରୋଇ କୋଭିଡ୍ ଭ୍ୟାକସିନ ସେଣ୍ଟରକୁ ଟିକା ବନ୍ଦ ନେଇ ଅତିରିକ୍ତ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କର୍ପୋରେସନକୁ ସଚିବ ଚିଠି ଲେଖିଛନ୍ତି।

Leave A Reply

Your email address will not be published.