Odisha Link
Bridging the Missing Links in Odisha

ରାଜ୍ୟରେ ଦୈନିକ ୫୦ ହଜାର ଟେଷ୍ଟିଂ ଟାର୍ଗେଟ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ୟରେ ପୁଣି ଦିନକୁ ଦିନ ଦୃତ ଗତିରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ବେକାବୁ ହେଉଛି ସ୍ଥିତି। ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି। କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି।

ତେବେ ରାଜ୍ୟରେ ଦୈନିକ ୫୦ ହଜାର ଟେଷ୍ଟିଂ ଟାର୍ଗେଟ ରହିଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ରାଜ୍ୟରେ କୋଭିଡ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ଯେ, ଦୈନିକ ୫୦ ହଜାର ଟେଷ୍ଟିଂ ଟାର୍ଗେଟ ରହିଛି। ଏବେ ୪୩ରୁ ୪୫ ହଜାର ହେଉଛି।

ଏବେ ରାଜ୍ୟର ବିଭିନ୍ନ ହସ୍ପିଟାଲରେ ୧୧ ହଜାରରୁ ଅଧିକ ବେଡ ଅଛି। ଘରୋଇ ହସ୍ପିଟାଲରେ ୫୦ ପ୍ରତିଶତ ବେଡ ରିଜର୍ଭ ପାଇଁ ନିର୍ଦ୍ଦେଶ ଅଛି। ସରକାର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ଟେକ୍ନିକାଲ ଟିମ ନଜର ରଖିବେ। ହସ୍ପିଟାଲରେ ସଂକ୍ରମଣ ରୋକିବାକୁ ଜ୍ୱର ପାଇଁ ଅଲଗା ୱାର୍ଡ କରିବାକୁ ନିର୍ଦ୍ଦେଶ ଅଛି। ଏଯାଏଁ ପଶ୍ଚିମବଙ୍ଗ ଷ୍ଟ୍ରେନ ଚିହ୍ନଟ ନେଇ ଏନସିଡିସି ସ୍ପଷ୍ଟ କରିନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

Leave A Reply

Your email address will not be published.