Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ RI ବାବୁ

କର୍ଲାମୁଣ୍ଡା: ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କର୍ଲାମୁଣ୍ଡା RI । ଏକ ଜମିର ଡିମାରକେସନ ଓ ସ୍କେଚ୍ ଦେବା ପାଇଁ ସଦର ରାଜସ୍ବ ନିରୀକ୍ଷକ ରମେଶ ବରାଳ ଜମି ମାଲିକ ବିରଞ୍ଚି ଚୌଧୁରୀଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ପୂର୍ବରୁ ସୂଚନା ପାଇଁ କଳାହାଣ୍ଡି ଭିଜିଲାନ୍ସ ଡିଏସପି ସତ୍ୟବାନ ମହାନନ୍ଦଙ୍କ ନେତୃତ୍ବରେ ଏକ ଟିମ୍ ଛକି ରହିଥିଲେ। ରାଜସ୍ବ ନିରୀକ୍ଷକ ଟଙ୍କା ନେବା ବେଳେ ଭିଜିଲାନ୍ସ ଟିମ୍ ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛି।

Leave A Reply

Your email address will not be published.