Odisha Link
Bridging the Missing Links in Odisha

ଆଇସିୟୁରେ ରୋଗୀ କରୁଛନ୍ତି ଏପରି କାମ, ଶୁଣି ହେବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଲୀ: କରୋନାରେ ପ୍ରତିଦିନ ହଜାର ହଜାର ଲୋକ ଆଖି ବୁଜୁଥିବା ବେଳେ। ଅକ୍ସିଜେନ୍‌ ଓ ବେଡ୍‌ର ଅଭାବରେ ଅକାଳରେ ଲୋକଙ୍କ ଜୀବନ ଚାଲିଯାଉଛି। ଏହା ଭିତରେ ଜଣେ ଆଇସିୟୁରେ ଥିବା ରୋଗୀଙ୍କ ଭିଡିଓ ଭାଇରାଲ୍ ହେଉଛି । ଯାହା ଆପଣ ମାନଙ୍କୁ ଆଶ୍ଚର୍ଯ୍ୟ କରିଦେବ।

ଭିଡିଓରେ ଦେଖିବାକୁ ମିଳିଛି ଯେ, ରୋଗୀ ଜଣଙ୍କ ଆଇସିୟୁ ବେଡ୍‌ରେ ପଡିଛନ୍ତି । ଭେଣ୍ଟିଲେଟର୍ରେ ଜୀବନ ମରଣ ସହ ଲଢ଼େଇ କରୁଛନ୍ତି ଏବଂ ମୁହଁରେ ଅକ୍ସିଜେନ୍ ପାଇପ୍ ଲାଗିଛି। ମାତ୍ର ହାତରେ ତମାଖୁ ମଳୁଥିବା ଦେଖିବାକୁ ମିଳିଛି। ଭିଡିଓ ଟିକୁ ଜଣେ ଆଇପିଏସ୍ ଅଫିସର୍ ସେୟାର କରିଛନ୍ତି।

ଭିଡିଓରେ ରୋଗୀଙ୍କୁ ଦେଖିଲେ ଯାହା ଲାଗୁଛି ଲୋକଟି କୌଣସି ଏକ ଗୁରୁତର ରୋଗରେ ପୀଡିତ ଅଛି । ହେଲେ ସେହିପରି ଅବସ୍ଥାରେ ଥାଇ ମଧ୍ୟ ହାତରେ ତମାଖୁ ମଳୁଛି । ଆଉ ହସ୍ପିଟାଲର ନର୍ସ ମାନେ ତା ପାଖରେ ରହିଛନ୍ତି । ଏହା ଭିଡିଓକୁ ସେଠାରେ ଥିବା ଜଣେ ଷ୍ଟାଫ୍ ସୁଟ୍ କରିଥିବା ଜଣାପଡିଛି।

ସୂଚନା ମୁତବକ, ଉକ୍ତ ଲୋକ ନିଜ ନିତିଦିନିଆ ଅଭ୍ୟାସକୁ ଛାଡିପାରୁନାହାନ୍ତି । ତେଣୁ ମେଡିକାଲ୍ ବେଡ୍ ରେ ଥାଇ ମଧ୍ୟ ଏପରି କାମ କରୁଛନ୍ତି । ସେ ସତରେ ତମାଖୁ ମଳୁନାହାନ୍ତି ବରଂ ଏହା ଆଗରୁ ହିଁ ତାଙ୍କ ଅଭ୍ୟାସ ପାଲଟିଥିବାରୁ ସେ ଏପରି କରୁଛନ୍ତି । ଭିଡିଓଟିକୁ ଜଣେ ଆଇପିଏସ୍ ଅଫିସର୍ ସେୟାର କରିଥିବା ବେଳେ ଏହା ଏବେ ଅଧିକ ରୁ ଅଧିକ ଭାଇରାଲ୍ ହେବାରେ ଲାଗିଛି ।