Odisha Link
Bridging the Missing Links in Odisha

ତାତିରୁ ନାହିଁ ନିସ୍ତାର, ଉତ୍ତପ୍ତ ସହର ଶୀର୍ଷରେ ଭୁବନେଶ୍ଵର

ଭୁବନେଶ୍ଵର: ତତଲା କଡେଇରେ ଭାଜି ହେଉଛନ୍ତି ରାଜଧାନୀବାସୀ। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ରାଜ୍ୟରେ ଅଗ୍ନି ବର୍ଷା। ରେ ହୋଇଛି ଭୁବନେଶ୍ଵର। ରାଜଧାନୀରେ ଆଜି ରାଜ୍ୟର ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି। ୪୨.୧ ଡିଗ୍ରୀ ସେଲସିୟସ୍ ସହ ଭୁବନେଶ୍ଵର ଶୀର୍ଷରେ ରହିଛି।

ଏଥିସହ ଆଜି ରାଜ୍ୟର ୧୨ଟି ସହରର ପାରଦ ୪୦ ଉପରେ ରହିଛି। ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଶନିବାର ଏହାର ସୂଚନା ଦିଆଯାଇଛି। ୪୨.୧ ଡିଗ୍ରୀ ସେଲସିୟସ୍ ସହ ଭୁବନେଶ୍ଵର ଶୀର୍ଷରେ ରହିଛି। ୪୨ ଡିଗ୍ରୀ ସହ ବୌଦ୍ଧ ଦ୍ଵିତୀୟରେ ରହିଛି।

ସେହିପରି ସୋନପୁରରେ ୪୧.୮ ଡିଗ୍ରୀ, ବାରିପଦାରେ ୪୧.୬, ଟିଟିଲାଗଡ ଓ ସମ୍ବଲପୁରରୁ ୪୧, ଝାରସୁଗୁଡା ୪୦.୫, ଅନୁଗୋଳରେ ୪୦.୩, ତାଳେଚରରେ ୪୦.୧, ଭବାନୀପାଟଣା ଓ ନୟାଗଡରେ ପାରଦ ୪୦ ଡିଗ୍ରୀ ସେଲସିୟସ୍ ରହିଛି।

Leave A Reply

Your email address will not be published.