Odisha Link
Bridging the Missing Links in Odisha

ପରଲୋକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦଙ୍କ ଝିଅ ମଞ୍ଜୁଲତା

ଶୁକ୍ରବାର ଦିନ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ବାମରା: ପରଲୋକରେ ବାମରା ବ୍ଲକ୍‌ ସଦର ମହକୁମା ଗୋବିନ୍ଦପୁର ପଞ୍ଚାୟତର ସମିତି ସଭ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ତୃତୀୟ କନ୍ୟା ମଞ୍ଜୁଲତା ବିଶ୍ବାଳ(୪୪)। ଶୁକ୍ରବାର ଦିନ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଶ୍ରୀମତୀ ବିଶ୍ବାଳ ଦୀର୍ଘ ଦିନରୁ ଯକୃତ କର୍କଟ(ଲିଭର କ୍ୟାନସର)ରେ ପୀଡ଼ିତ ଥିଲେ। ଗତ ୩ ମାସରୁ ଅଧିକ ଦିନ ହେବ ସେ ଭୁବନେଶ୍ବର ସ୍ଥିତ ସମ୍‌ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ। ଶୁକ୍ରବାର ଅପରାହ୍ନ ୨ ଟା ତାଙ୍କର ପରଲୋକ ହୋଇଥିବା ପରିବାର ଲୋକେ ଜଣାଇଛନ୍ତି।

ଶ୍ରୀମତୀ ବିଶ୍ବାଳଙ୍କ ସ୍ୱାମୀ ବାମରା ନିବାସୀ ସୁଧାଂଶୁ ଶେଖର ନାୟକ(ଖୁକୁନା),ଏକମାତ୍ର ପୁଅ ସୁଜଳ ନାୟକ(୨୧)ଙ୍କ ସମେତ ପରିବାରବର୍ଗ ତାଙ୍କ ଅନ୍ତିମ ସମୟରେ ଉପସ୍ଥିତ ଥିଲେ। ଶନିବାର ଦିନ ଭୁବନେଶ୍ୱରରୁ ଯାଇ ତାଙ୍କ ପାର୍ଥିବ ଶରୀର ବାମରାରେ ପହଞ୍ଚିବ। ସ୍ଥାନୀୟ ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହେବ ବୋଲି ଜଣାପଡିଛି। ଅପରପକ୍ଷରେ ଝିଅର ପରଲୋକ ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଶ୍ବାଳ ଓ ତାଙ୍କ ପତ୍ନୀ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

Leave A Reply

Your email address will not be published.